ମା’ ପୁଅ ହେବେ ଅଫିସର…ଏକାସାଙ୍ଗରେ ପାସ କଲେ ପବ୍ଲିକ ସର୍ଭିସ୍ କମିଶନ ପରୀକ୍ଷା

Spread the love

ମା ପୁଅ ଏକାସାଙ୍ଗରେ ଅଫିସର। ଏକକାଳୀନ ପାସ କଲେ ପବ୍ଲିକ ସର୍ଭିସ୍ କମିଶନ ପରୀକ୍ଷା । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନାଁ। ହଁ ଆମେ କହୁଛୁ କେରଳ ମଲ୍ଲପୁରମର ଜଣେ ୪୨ ବର୍ଷୀୟା ମହିଳା ବିନ୍ଦୁ ଏବଂ ୨୪ ବର୍ଷିୟ ତାଙ୍କ ପୁଅ ବିବେକଙ୍କ କଥା। ଏହି ମାଆ ପୁଅ ଦୁଇ ଜଣ ଏକା ସାଙ୍ଗରେ ରାଜ୍ୟ ଲୋକସେବା ଆୟୋଗ ପରୀକ୍ଷାରେ ସଫଳତା ପାଇଛନ୍ତି। ଏହି ମାଆ ପୁଅ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦୁହେଁ ଏକା ସାଙ୍ଗରେ କୋଚିଂ ନେଉଥିବା ବେଳେ ଶିକ୍ଷକଙ୍କଠାରୁ ସମସ୍ତ ପ୍ରକାର ସହଯୋଗ ସାଙ୍ଗକୁ ପ୍ରେରଣା ଯୋଗଇଛି ବୋଲି କହିଛନ୍ତି ବିବେକ ।

କୁହାଯାଏ ଇଛା ଶକ୍ତି ହିଁ ସଫଳତାର ଚାବିକାଠି। ଆଉ ଏହା ସାଙ୍ଗକୁ ଗୁରୁଜନ ଲୋକଙ୍କ ଆର୍ଶୀବାଦ ସହ ପରିବାରଲୋକଙ୍କ ସହଯୋଗ ସମ୍ପୂର୍ଣ୍ଣ ରୂପେ ଦରକାର ହୋଇଥାଏ। ଆଜିର ଦୁନିଆରେ ବାପାମାଆଙ୍କ ସହ ପୁଅ ଝିଅ ସାଙ୍ଗ ହୋଇ ଚଳୁଛନ୍ତି। ସୁଖ ଦୁଃଖ ବାଣ୍ଟିବା ସହ ସମସ୍ତ ସୁବିଧା ଅସୁବିଧା ଜଣାଇଥାନ୍ତି ପୁଅଝିଅ। କେରଳର ଏହି ମାଆପୁଅ ଦୁଇ ଜଣ ଏକାଠି ପାଠ ପଢି କୋଚିଂ ନେଉଥିବା ବେଳେ କେବେ ଭାବିନଥିଲେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବିବେକ ଯେତେବେଳେ ଦଶମରେ ପଢୁଥିଲେ ସେତେବେଳେ ସେ ତାଙ୍କ ମାଆଙ୍କୁ ଲୋକସେବା ଆୟୋଗ ପରୀକ୍ଷା ଦେବାକୁ କହୁଥିଲେ।

ହେଲେ ବିନ୍ଦୁ ଅଙ୍ଗନବାଡିରେ କାମ କରୁଥିବା ବେଳେ ନିଜ ପାଠପଢା ପାଇଁ ଖୁବ କମ ସମୟ ପାଉଥିଲେ ପଢିବାକୁ। ସେପଟେ ପୁଅଠାରୁ ପ୍ରେରଣା ପାଇଁ ବିନ୍ଦୁ ନିଜକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏହି ପରୀକ୍ଷା ପାଇଁ ମାଆ, ପୁଅ କୋଚିଂ ଯିବାକୁ ଆରମ୍ଭ କରିଦେଇଥିଲେ। ସେହିପରି ବିନ୍ଦୁଙ୍କର ୯୨ ରାଙ୍କ ରହିଥିବା ବେଳେ ପୁଅର ରାଙ୍କ ୩୮ ରହିଥିବା ଜଣାପଡିଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *