ସରିଲା ଯୁକ୍ତ ଦୁଇ ନାମଲେଖା ; ଅଗଷ୍ଟ ପହିଲାରୁ ପାଠପଢ଼ା

ସରିଲା ଯୁକ୍ତ ଦୁଇ ଆବେଦନ । ୨୦ ରେ ପ୍ରଥମ ମେଧା ତାଲିକା । ଅଗଷ୍ଟ ପହିଲାରୁ ପାଠପଢା । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ୨୦ ତାରିଖ ପୂର୍ବାହ୍ନ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀ ମାନେ ୨୨ ତାରିଖରୁ ୨୭ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ । ଅଗଷ୍ଟ ୫ ତାରିଖ ଅପରାହ୍ନ ୩ଟା ସମୟରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୭ରୁ ୧୦ ତାରିଖ ମଧ୍ୟରେ ନାମଲେଖାଇବାକୁ ପଡିବ । ୨୦ ତାରିଖରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ ।

ତେବେ ଅଗଷ୍ଟ ୧ ତାରିଖରୁ ଯୁକ୍ତ ଦୁଇ ପ୍ରଥମବର୍ଷ ପାଠ ପଢା ଆରମ୍ଭ କରିବାକୁ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ରାଜ୍ୟର ସବୁ ଯୁକ୍ତ ୨ ମହାବିଦ୍ୟାଳୟ ରେ ଯେତିକି ସିଟ୍ ଖାଲି ଅଛି ତା ଠାରୁ ବହୁ କମ୍ ପିଲା ଏଥର ଆଡମିଶନ ପାଇଁ ଆବେଦନ କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ଶିକ୍ଷାବିତ୍ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *