ସ୍କୁଲସ୍ତରରୁ ୬ ଦକ୍ଷତା ବିକାଶ ବିଷୟକୁ ସାମିଲ କରିବ ଦିଲ୍ଲୀ ସରକାର

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ୬ ଦକ୍ଷତା ବିକାଶ ବିଷୟ ବସ୍ତୁକୁ ସେକେଣ୍ଡାରୀ ଲେଭୁଲରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ଶିକ୍ଷା ବର୍ଷ ୨୦୨୩-୨୪ରୁ ସମସ୍ତ ସରକାରୀ ସ୍କୁଲରେ ଏହାକୁ ଲାଗୁ କରାଯିବ। ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ଆଦେଶ ଅନୁଯାଇ ଏହି ସବୁ ବିଷୟକୁ ଧନ୍ଦାମୂଳକ ବିଷୟ ଭାବେ ଶିକ୍ଷା ଦିଆଯିବ। ଏଥିରେ ରିଟେଲ, ଇନଫର୍ମେସନ ଟେକ୍ନୋଲୋଚି, ଇଣ୍ଟ୍ରଡକ୍ସନ ସହ  ଫାଇନାନ୍ସିଆଲ ମାର୍କେଟ, ଫୁଡ ପ୍ରଡକ୍ସନ, ମାର୍କେଟିଂ ଓ ସେଲ୍ସ, ଫିଜିକାଲ ଆକ୍ଟିଭିଟି ଟ୍ରେନିଂ, ବ୍ୟୁଟି ଆଣ୍ଡ ୱେଲନେସ ଓ ଡାଟା ସାଇନ୍ସକୁ ସ୍କୁଲ ଶିକ୍ଷାରେ ସାମିଲ କରାଯିବ।

ସରକାରୀ ଆଦେଶରେ କୁହାଯାଇଛି କି, କୌଣସି ରାଷ୍ଟ୍ରର ସମ୍ଭାବନା ଓ ବିକାଶର ମୂଳ ଆବଶ୍ୟକତା ହେଉଛି ଏକ ଉଚ୍ଚ ଦକ୍ଷତାସମ୍ପନ୍ନ କାର୍ଯ୍ୟ ଶୈଳୀ। ଦକ୍ଷତା ବିଷୟ ପେସାଗତ ପ୍ରତିଯୋଗିତାରେ ବିକାଶ ଆଣିବ, ଯାହା ବିଶ୍ଳେଷାତ୍ମକ, ବ୍ୟବହାରଉପଯୋଗୀ ଓ ଫଳାଫଳ ଉପରେ ପର୍ଯ୍ୟବେଶିତ ହେବ। ଏହା ଛାତ୍ରଛାତ୍ରୀଙ୍କୁ ଗୋଟିଏ ଉତ୍ପାଦର ଉତ୍ପାଦନ ସହ ଏହାର ବ୍ୟବସାୟିକ ଦିଗ ସମ୍ପର୍କରେ ଶିକ୍ଷା ଦେବ ଓ ଆଗକୁ ଜୀବନରେ ବିଭିନ୍ନ ସମସ୍ୟା ସମାଧାନ କ୍ଷେତ୍ରରେ ସହାୟକ ହେବ।

ଧନ୍ଦାମୂଳକ ଶିକ୍ଷା ସ୍କୁଲ ସ୍ତରରେ ବାଧ୍ୟତାମୂଳକ କରାଯିବ। ଏହି କାର୍ଯ୍ୟକ୍ରମକୁ ମେନଷ୍ଟ୍ରିମ ଶିକ୍ଷାରେ ବିଭିନ୍ନ ସ୍ତର ଦେଇ ଶିକ୍ଷା ଦିଆଯିବ। ସ୍କୁଲସ୍ତରରୁ ଧନ୍ଦାମୂଳକ ବିଷୟ ଶିକ୍ଷାଦେବା ଦ୍ବାରା ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଷୟିକ ଜ୍ଞାନର ଉନ୍ନତି କରିବ। ତେଣୁ ଜଣେ ଛାତ୍ରକୁ ଅନ୍ୟୁନ ଗୋଟିଏ ବିଷୟରେ ଶିକ୍ଷା ଗ୍ରହଣ କରିବାକୁ ହେବ। ଏହି ଶିକ୍ଷାରେ କାର୍ଯ୍ୟ ଗରିମା ବୃଦ୍ଧି ଓ ଭାରତୀୟ କଳା ତଥା ବିବିଧତାକୁ  ସାମିଲ କରାଯିବ। ତେଣୁ ସିବିଏସଇ ଶିକ୍ଷାରେ ପ୍ରାକ୍ଟିକାଲ କାର୍ଯ୍ୟକଳାପ ମାଧ୍ୟମରେ ଜ୍ଞାନ ଆହରଣ ତଥା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ।

ତେଣୁ ଚଳିତ ବର୍ଷରୁ ପ୍ରତି ଛାତ୍ରଛାତ୍ରୀଙ୍କୁ ସେକେଣ୍ଡାରୀ ଲେବଲରୁ ଶିକ୍ଷା ଦେବ, ଯାହା ସେମାନଙ୍କ ବ୍ୟକ୍ତିଗତ ଇଛା ଓ ଆଗ୍ରହ ଅନୁଯାୟୀ ସ୍ଥିର କରାଯିବ। ତେଣୁ ସମସ୍ତ ସରକାରୀ ସ୍କୁଲର ମୁଖ୍ୟମାନଙ୍କୁ ଯେଉଁଠି ଧନ୍ଦାମୂଳକ ଶିକ୍ଷା ଦିଆଯାଉ ନାହିଁ ସେଠାରେ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।   

Leave a Reply

Your email address will not be published. Required fields are marked *