ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା ଶିକ୍ଷା: କେଜ୍ରିୱାଲ

Spread the love

ନିର୍ବାଚନ ସମୟରେ ଲୋକମାନଙ୍କୁ ପ୍ରତିଶ୍ରୁତିର ପାହଡ ଦିଆଯାଏ କାହିଁକି । ଏନେଇ ମତ ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ନିର୍ବାଚନ ସମୟରେ ଭୋଟରଙ୍କ ଉଦ୍ଦେଶ୍ୟରେ ଯେଉଁ ପ୍ରତିଶ୍ରୁତି ଦିଆଯାଉଛି ତାହା ଲାଞ୍ଚ ନୁହେଁ ବଂର୍ ରାଷ୍ଟ୍ରୀୟ ଦାୟିତ୍ୱ ବୋଲି ସେ କହିଛନ୍ତି । କେଜ୍ରିୱାଲ କହିଛନ୍ତି  ଦିଲ୍ଲୀରେ ସେ ଛାତ୍ର ଛାତ୍ରୀଙ୍କୁ ମାଗଣା ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀରେ ସରକାରୀ ବିଦ୍ୟାଳୟ ଗୁଡିକରେ ୧୮ ଲକ୍ଷ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି । ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକର ସ୍ଥିତି ଅତି ଖରାପ ଥିଲା । ମାତ୍ର ବର୍ତ୍ତମାନ ସରକାରୀ ସ୍କୁଲର ଚିତ୍ର ଓ ସ୍ଥିତି ବଦଳିଛି । ସେ ମାଗଣା ଶିକ୍ଷାକୁ ଗୁରୁତ୍ୱ ଦେଉନହାଁନ୍ତି ବଂର ଦେଶ ଭବିଷ୍ୟତ ପ୍ରତି ଗୁରୁତ୍ୱ ଦେଉଛନ୍ତି । ଦିଲ୍ଲୀରେ ମହାଲ ଜରିଆରେ ମାଗଣା ସ୍ୱାସ୍ଥ୍ୟ ସେବା ଚାଲିଛି । ସବୁ ବର୍ଗର ଲୋକ ସୁବିଧା ପାଉଛନ୍ତି । ମାଗଣା ପାନୀୟଜଳ, ବିଦ୍ୟୁତ ବା ବିଶ୍ୱଅବସ୍ତରୀୟ ପ୍ରଥାମକି ଶିକ୍ଷା ରାଷ୍ଟ୍ରର ଦାୟିତ୍ୱ ବୋଲି ସେ କହିଛନ୍ତି । ଦିଲ୍ଲୀରେ ମାଗଣା ୨୦୦ ୟୁନିଟ୍ ପଞ୍ଜାବରେ ମାଗଣା ୩୦୦ ୟୁନିଟ୍ ବିଦ୍ୟୁତ ପ୍ରଦାନକୁ ଯଥାର୍ଥ ବୋଲି କହିଛନ୍ତି କେଜ୍ରିୱାଲ ।

ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *