ଅଖିଳ ଭାରତୀୟ ଶିକ୍ଷା ସମାଗମ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି, ଶିକ୍ଷାକୁ ନେଇ ଚର୍ଚା ଆଲୋଚନା

Spread the love

ନୂଆଦିଲ୍ଲୀ : ନୂଆଦିଲ୍ଲୀ ପ୍ରଗତିମୈଦାନ ଭାରତ ମଣ୍ଡପମ୍ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମର ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଦ୍ୱିତୀୟ ଦିନରେ ମଧ୍ୟ ଗତକାଲି ପରି ଅନେକ ଚର୍ଚ୍ଚା ଆଲୋଚନା ହେଉଛି । ଭାରତର ପୁରାତନ ଶିକ୍ଷା ପଦ୍ଧତି ଠୁ ନେଇ ବର୍ତ୍ତମାନର ଆଧୁନିକତା ଶିକ୍ଷା ପ୍ରଦାନ ପଦ୍ଧତି ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ଆଲୋଚନା ହେଉଛି ।

ଆଜି ମଧ୍ୟ କାର୍ଯ୍ୟକ୍ରମରେ ଶିକ୍ଷାବିତ୍, କ୍ଷେତ୍ର ବିଶେଷଜ୍ଞ, ନୀତି ନିର୍ମାତା, ଶିଳ୍ପ ପ୍ରତିନିଧୀ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ, ଉଚ୍ଚଶିକ୍ଷା ଏବଂ ଦକ୍ଷତା ପ୍ରତିଷ୍ଠାନକୁ ସେମାନଙ୍କର ଜ୍ଞାନ, ସଫଳତା ବିନିମୟ କରୁଛନ୍ତି ।

ଏନ୍ଇନପି ୨୦୨୦ କାର୍ଯ୍ୟକାରୀ କରିବାରେ ସେମାନଙ୍କର ଅନ୍ତର୍ଦୃଷ୍ଟି ଓ ସର୍ବୋତ୍ତମ ଅଭ୍ୟାସ ଏବଂ ଏହାକୁ ଆହୁରି ଆଗକୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଥିବା ଜଣା ପଡିଛି ।

ଉଲ୍ଲେଖନୀୟ ଯେ, ଗତକାଲି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *