ଆଜି ରଜ ସଂକ୍ରାନ୍ତି , ଉତ୍ସବମୁଖର ଗାଁଠୁ ସହର

Spread the love

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ । ଏହି ଗଣପର୍ବକୁ  ତିନିଦିନ ଧରି ପାଳନ କରାଯାଇଥାଏ ।  ତିନିଦିନିଆ ରଜ ଉତ୍ସବର ଆଜି ଦ୍ୱିତୀୟ ଦିବସ । ଅର୍ଥାତ ରଜ ସଂକ୍ରାନ୍ତି । ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳଥାନ୍ତି ଏବଂ ପୁଅମାନେ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରିଥାନ୍ତି । ଅନ୍ଯପଟେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଧୁମଧାମରେ ରେ ପାଳିତ ହେଉଛି ରଜ।  ଘରେ ଘରେ ବିଭିନ୍ନ ପ୍ରକାର ପିଠାର ଆସର ଦେଖିବାକୁ ମିଳୁଛି । ରଜ ସଙ୍କ୍ରାନ୍ତି ଅବସରରେ ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ବିଜୁ କଲ୍ୟାଣ ମଣ୍ଡପରେ ରଜ ମଉଜ କାର୍ଯ୍ୟକ୍ରମ କରାଯାଛି । ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦେଶକ ଦିନେଶ ମଲିକଙ୍କ ନେତୃତ୍ୱରେ ମା ଯଶୋଦା କଳା ପରିଷଦ ପକ୍ଷରୁ ଏଭଳି ଏକ କାର୍ଯ୍ୟକ୍ରମ କରାଯାଇଛି। ରଜ ଦୋଳି, ପୋଡ଼ ପିଠା, କାନ୍ଦଣା, ପାନ ଭଙ୍ଗା, ପୁଚି, ନାଚ ଗୀତ ସମେତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *