ଆସିଲା ଏମର୍ଜେନ୍ସି ଟ୍ରେଲର

କଙ୍ଗନା ରାଣାଓ୍ୱତ ଅଭିନୀତ ଏହି ଫିଲ୍ମର ଟ୍ରେଲର ଆସିଛି। ଭାରତରେ ୧୯୭୫ର ଜରୁରୀକାଳୀନ ସମୟକୁ କାଳଅନ୍ଧାରର ଅଧ୍ୟାୟ ଭାବେ ଫିଲ୍ମରେ ଦର୍ଶାଯାଇଥିବା ଚର୍ଚ୍ଚା ହେଉଛି। ଗଣତନ୍ତ୍ରର ସ୍ୱରକୁ ଚାପି ଦିଆଗଲା। ସେତେବେଳେ ଜରୁରୀକାଳୀନ ସ୍ଥିତିରେ କିଭଳି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଥିଲା। ଇଣ୍ଡିଆ ହେଉଛି ଇନ୍ଦିରା ଓ ଇନ୍ଦିରା ହେଉଛନ୍ତି ଇଣ୍ଡିଆର ମନୋଭାବକୁ ଦର୍ଶାଯାଇଛି। ସେପଟେ ଏହି ଟ୍ରେଲର ପଦାକୁ ଆସିବା ପରେ ସୋସିଆଲ ମିଡିଆରେ ଘମାସାନ ହୋଇଛି। ଏହି ଫିଲ୍ମରେ ବିଜେପି ସାଂସଦ କଙ୍ଗନା ରାଣାଓ୍ୱତ ଯେହେତୁ ଅଭିନୟ କରିଛନ୍ତି। ଆଉ ଫିଲ୍ମର ପ୍ରଯୋଜକ ଓ ନିର୍ଦେଶକ ବି ଅଛନ୍ତି କଙ୍ଗନା। ସେଥିଲାଗି ଫିଲ୍ମ କେବଳ ବିଜେପିକୁ ଫାଏଦା ଦେବା ଲାଗି ହୋଇଥିବା ମତ ରଖିଛନ୍ତି ଅନେକ ୟୁଜର୍ସ। ଇନ୍ଦିରା ଦେଶର ଆଇରନ ଲେଡ଼ି ଥିଲେ। ଯିଏ ପାକିସ୍ତାନର ୯୩ହଜାର ସୈନିକଙ୍କୁ ସମର୍ପଣ କରିବାକୁ ବାଧ୍ୟ କରିଥିଲେ ବୋଲି ମତ ପ୍ରକାଶ ପାଇଛି ସୋସିଆଲ ମିଡିଆରେ। ସେପ୍ଟେମ୍ୱର ୬ରେ ଓ୍ୱାର୍ଲଡଓ୍ୱାଇଡ୍ ରିଲିଜ୍ ହେବ ଏମର୍ଜେନ୍ସି। ଫିଲ୍ମରେ ଅନୁପମ ଖେର, ମହିମା ଚୌଧୁରୀ, ମିଲିନ୍ଦ ସୋମନ, ଶ୍ରେୟାସ ତଲପଡ଼େ ଓ ସ୍ୱର୍ଗତ ସତୀଶ କୌଶିକ ପ୍ରମୁଖ ଅଭିନୟ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *