ଦି କେରଳ ଷ୍ଟୋରୀର ପୂରା ଟିମ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲା

Spread the love

ଲକ୍ଷ୍ନୌ :ଦି କେରଳ ଷ୍ଟୋରୀ ଫିଲ୍ମର ସମ୍ପୂର୍ଣ ଟିମ ଉତର ପ୍ରଦେଶର ଲକ୍ଷ୍ନୌ ଯାଇ ସେଠାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ କରିଛି । ଏହା ଏକ ସୌଜନ୍ୟତା ମୂଳକ ସାକ୍ଷାତ ଥିଲା ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ ଏ ସମ୍ପର୍କିତ ଫଟୋ ଶେୟାର କରିଛନ୍ତି । ଯୋଗୀ ଆଦିତ୍ୟନାଥ ଏହି ଫଟୋକୁ ଶେୟାର କରି ଲେଖିଛନ୍ତି ଯେ ଆଜି ଲକ୍ଷ୍ନୌ ସ୍ଥିତ ସରକାରୀ ଘରେ ଦି କେରଳ ଷ୍ଟୋରୀ ଫିଲ୍ମର ଟିମ ସହ ସୌଜନ୍ୟତା ମୂଳକ ସାକ୍ଷାତ ହେଲା ।

ଏହି ଫଟୋରେ ଯୋଗୀ ଆଦିତ୍ୟନାଥ ତାଙ୍କର ଚିର ପରିଚିତ ଶୈଳୀରେ ଦେଖା ଯାଉଛନ୍ତି । ଫଟୋରେ ଫିଲ୍ମର ପ୍ରଯୋଜକ ବିପୁଳ ଅମୃତଲାଲ ଶାହ, ଫିଲ୍ମର ନିର୍ଦେଶକ ସୁଦୀପ୍ତ ସେନ, ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଦା ଶର୍ମା ଓ ଅନ୍ୟ ଦୁଇ ଜଣ ଦେଖା ଯାଉଛନ୍ତି ।

ଏହା ପୂର୍ବରୁ ଯୋଗୀ ଆଦିତ୍ୟନାଥ ଉତର ପ୍ରଦେଶରେ ଫିଲ୍ମ ଦି କେରଳ ଷ୍ଟୋରୀକୁ କର ମୁକ୍ତ ବୋଲି ଘୋଷଣା କରିଥଲେ । ସେ ନିଜେ ଟ୍ୱିଟ କରି ଏହି ଘୋଷଣା କରିଥିଲେ । ଉତର ପ୍ରଦେଶ ସରକାର ଟ୍ୟାକ୍ସ ଫ୍ରି କରିବା ପୂର୍ବରୁ ମଧ୍ୟ ପ୍ରଦେଶ ସରକାର ଏହା ପୂର୍ବରୁ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରି ସାରିଛନ୍ତି । ସେହିପରି ପଶ୍ଚିମ ବଙ୍ଗ ସରକାର ଫିଲ୍ମକୁ ରାଜ୍ୟରେ ବ୍ୟାନ କରି ସାରିଛନ୍ତି ।

Leave a Reply

Your email address will not be published. Required fields are marked *