ରେକର୍ଡ ଭାଙ୍ଗିଲା ସ୍ତ୍ରୀ-୨ ; ଦୁଇ ଦିନରେ ୧୦୦ କୋଟି ଆୟ କଲା ଫିଲ୍ମ

ଅଗଷ୍ଟ ୧୫ରେ ସିନେମା ହଲରେ ତିନୋଟି ବଡ ଚଳଚ୍ଚିତ୍ର ରିଲିଜ୍ ହୋଇଥିଲା । ସେଗୁଡିକ ହେଲା ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ । ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କୁ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ। ଅର୍ଥାତ୍ ତାଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ-୨’ ଏବେ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଛି। କମ ବଜେଟରେ ନିର୍ମିତ ଫିଲ୍ମ ‘ସ୍ତ୍ରୀ-୨’ ରିଲିଜର ପ୍ରଥମ ଦିନରେ ୭୬.୫କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୩୦କୋଟିରୁ ଅଧିକ ଆୟ କରିଥିଲା। ଏବେ ୨ ଦିନର ଆୟକୁ ମିଶାଇ ୧୦୦କୋଟି ଟଙ୍କାର ମାର୍କ ଅତିକ୍ରମ କରିଛି ଫିଲ୍ମ।

‘ସ୍ତ୍ରୀ-୨’୨୦୧୮ରେ ରିଲିଜ୍ ହୋଇଥିବା ଫିଲ୍ମ ର ପ୍ରଥମ ଭାଗ ମଧ୍ୟ ବକ୍ସ ଅଫିସରେ ବହୁତ ଲାଭ କରିଥିଲା ​। କିନ୍ତୁ ୨୦୨୪ରେ ମୁକ୍ତିଲାଭ କରିଥିବା ‘ସ୍ତ୍ରୀ-୨’ ପ୍ରଥମ ଭାଗଠାରୁ ଅଧିକ ଆୟ କରିବ ବୋଲି ଜଣାପଡ଼ିଛି। ‘ସ୍ତ୍ରୀ-୨’ ବକ୍ସ ଅଫିସରେ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ଓପନିଂ ରେକର୍ଡକୁ ଭାଙ୍ଗିଛି। ଆଗକୁ ଏହା ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ଏହି ଫିଲ୍ମ ପାଇଁ ରାଜକୁମାର ରାଓ ୬କୋଟି ଟଙ୍କା ନେଇଥିବା ବେଳେ ଶ୍ରଦ୍ଧା କପୁର ୫କୋଟି ଟଙ୍କା ନେଇଛନ୍ତି। ଏହା ସହିତ ପଙ୍କଜ ତ୍ରୀପାଠୀ ୩କୋଟି, ଅପାରଶକ୍ତି ଖୁରାନା ୭୦ଲକ୍ଷ ଓ ଅଭିଷେକ ବାନାର୍ଜୀ ଫିଲ୍ମ ପାଇଁ ୫୫ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଲା ଅଭିନେତା ବରୁଣ ଧୱନ ଫିଲ୍ମରେ ୫ମିନିଟ ପାଇଁ ୨କୋଟି ଟଙ୍କା ପାରିଶ୍ରମିକ ନେଇଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଫିଲ୍ମିର ଆଇଟମସଙ୍ଗ “ଆଜ କି ରାତ୍ ” ଯେଉଥିରେ ତମ୍ମନା ଭାଟ୍ଟିଆ ଅଛନ୍ତି ସେ ଗୀତ ଏବେ ହିଟ୍ ହେବା ସହ ଭାଇରାଲ୍ ହେବାରେ ଲାଗିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *