ଟିଭି ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ। ଏନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଛନ୍ତି ହିନା। ବର୍ତ୍ତମାନ ସେ ସ୍ତନ କର୍କଟର ତୃତୀୟ ଷ୍ଟେଜରେ ଥିବା କହିଛନ୍ତି। ଏହି କଠିନ ସମୟରେ ଫ୍ୟାନଙ୍କ ପ୍ରାର୍ଥନା ଲୋଡ଼ିଛନ୍ତି ହିନା।
ଇନଷ୍ଟାଗ୍ରାମ ପୋଷ୍ଟରେ ହିନା କହିଛନ୍ତି, “ମୋତେ ଭଲ ପାଉଥିବା ଓ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଚାହେଁ। ବର୍ତ୍ତମାନ ମୋତେ ଷ୍ଟେଜ୍ ଥ୍ରୀ ବ୍ରେଷ୍ଟ କ୍ୟାନସର। ମୋର ଚିକିତ୍ସା ଆରମ୍ଭ ହୋଇସାରିଛି। ଏହି କଠିନ ପରିସ୍ଥିତିରେ ଆପଣମାନଙ୍କଠୁ ସମ୍ମାନ ଓ ଗୋପନୀୟତା ଆଶା କରୁଛି।”
“ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦକୁ ମୁଁ ଗଭୀର ଭାବେ ପ୍ରଶଂସା କରେ। ଆପଣମାନଙ୍କ ବାର୍ତ୍ତା ମୋ ପାଇଁ ପ୍ରେରଣାର ଉତ୍ସ ହେବ। ଦିବ୍ୟଶକ୍ତିର କୃପା ସହ ମୁଁ ଏହି କଠିନ ସମୟରୁ ବାହାରି ପାରିବି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବି ବୋଲି ବିଶ୍ୱାସ କରୁଛି। ଦୟାକରି ପ୍ରାର୍ଥନା ଓ ଆଶୀର୍ବାଦ କରନ୍ତୁ।”
Naxatra News is now on Whatsapp
Join and get latest news update delivered to you via whatsapp
Join Now