ମା ହେବାକୁ ଯାଉଛନ୍ତି ଆଲିୟା ଭଟ୍ଟ

Spread the love

ବିଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ। ଏବେ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଆଲିୟା ଭଟ୍ଟ ନିଜ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଆଲିୟା।କପୁର ପରିବାରକୁ ଆସିବାକୁ ଯାଉଛି ନୂଆ ଅତିଥି। ଆଲିୟା ଭଟ୍ଟ ଓ ରଣବୀର କାପୁର ଅପ୍ରିଲ ୧୪ରେ ବିବାହ କରିଥିଲେ। ତେବେ ମାଆ ହେବାରୁ ଯାଉଥିବା ନେଇ ସୂଚନା ଦେଇଛନ୍ତି ନିଜେ ଆଲିୟା। ସେ ନିଜ ସୋସିଆଲ ମିଡିଆ ଇଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଏହି ଖୁସି ଖବର ଦେଇଛନ୍ତି।

ଅଭିନେତ୍ରୀ ଏହି ଫଟୋ ପୋଷ୍ଟ କରି କ୍ୟାପସନ୍ ରେ ଲେଖିଛନ୍ତି କି, ଆମ ପିଲା ଖୁବ୍ ଶୀଘ୍ର ଆସୁଛି। ଆମେ ଖିବଶୀଙ୍ଘ୍ର ଦୁଇରୁ ତିନି ହେବାକୁ ଯାଉଛୁ। ଏହି ଫଟୋରେ ଆପଣ ଦେଖିପାରୁଥିବେ କି, ଆଲିୟା ଭଟ୍ଟ ହସ୍ପିଟାଲ ବେଡରେ ଶୋଇଥିବା ନଜର ଆସିଛନ୍ତି। ତାଙ୍କ ପାଖରେ ରଣବୀର କାପୁର ମଧ୍ୟ ବସି ରହିଥିବା ନଜର ଆସିଛନ୍ତି। ସୋନଗ୍ରାଫି ଜରିଆରେ ଉଭୟ ତାଙ୍କ ଶିଶୁକୁ ଦେଖୁଛନ୍ତି। ଏବଂ ଆଲିୟା ଖୁସି ଥିବା ନଜର ଆସୁଛନ୍ତି।

ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରକେ, ଚାରିଆଡେ ଭାଇରାଲ ହୋଇଛି। ଏହି ଫଟୋରେ ୟୁଜର୍ସ ଏବଂ ସେଲିବ୍ରେଟିମାନେ ମଧ୍ୟ କମେଣ୍ଟରେ ଶୁଭକାମନା ଜଣାଇଛନ୍ତି। ଏହାପରେ ତାଙ୍କ ପାଖକୁ ଛୁଟିଛି ଅଭିନନ୍ଦନରସୁଅ। ଏପରି କି ତାଙ୍କ ମାଆ  ସୋନି ରାଜଦାନ ମଧ୍ୟ ଆଲିୟା ଓ ରଣବୀରଙ୍କୁ ମା’ ବାପା ହେବାକୁ ଯାଉଥିବା ନେଇ ଶୁଭେଚ୍ଛା ଦେଇଛନ୍ତି।

ତେବେ ଆଲିୟା ଭଟ୍ଟ ଓ ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବାକୁ ଯାଉଛନ୍ତି।ଏହା ହେଉଛି ଉଭୟଙ୍କର ପ୍ରଥମ ଫିଲ୍ମ, ଯେଉଁଥିରେ ଉଭୟ ଏକାଠି ନଜର ଆସିବାକୁ ଯାଉଛନ୍ତି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *