ଷ୍ଟାର ଦମ୍ପତିଙ୍କ ଘରକୁ ଆସିଲା ଲକ୍ଷ୍ମୀ

ନିକଟରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଅଭିନେତ୍ରୀ ପ୍ରସବ ପୂର୍ବରୁ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ବାହାରେ ସ୍ପଟ କରାଯାଇଥିଲା।ଏପଟେ ପ୍ରଶଂସକମାନେ ଖୁସି ଖବର ପାଇବା ପାଇଁ ଅପେକ୍ଷା କରିଥିବା ବେଳେ ଶେଷରେ ସେମାନଙ୍କ ଅପେକ୍ଷାର ଅନ୍ତ ହୋଇଛି।ଦୀପିକା ପାଦୁକୋନ ଓ ରଣବୀର ସିଂ ପ୍ୟାରେଣ୍ଟସ ହୋଇଛନ୍ତି। ଦୀପିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ପ୍ରଥମେ ଖବର ଆସିଥିଲା ଯେ, ଦୀପିକା ପାଦୁକୋନ ୨୮ ସେପ୍ଟେମ୍ବରରେ ନିଜର ପ୍ରଥମ ଶିଶୁକୁ ସ୍ୱାଗତ କରିବେ। ହେଲେ ନିର୍ଦ୍ଧାରିତ ହୋଇଥିବା ତାରିଖର ୨୦ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଆଡମିଟ ହୋଇଥିଲେ। ତେବେ ଏହି ଷ୍ଟାର ଦମ୍ପତ୍ତି ସିଦ୍ଧିବିନାୟକ ମନ୍ଦିର ଡେଲିଭରୀର ଦୁଇ ଦିନ ପୂର୍ବରୁ ଯାଇଥିଲେ। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *