ବିଗ୍ ବସରେ ନଜର ଆସିଲେ ଅନିରୁଦ୍ଧାଚାର୍ଯ୍ୟ ମହାରାଜ

ବିଗ୍ ବସ ୧୮ର ଆରମ୍ଭ ହେବାର ଆଉ ଦୁଇ ଦିନ ବାକି ରହିଛି । ଶୋର ପ୍ରିମିୟର ୦୬ ଅକ୍ଟୋବର ୨୦୨୪ ରେ ହେବାକୁ ଯାଉଛି । ଏହି କ୍ରମରେ ଶୋକୁ ନେଇ ଦର୍ଶକଙ୍କ ଉତ୍ସାହ ଖୁବ୍ ବଢି ଯାଇଛି । ପ୍ରତି ଶୋ କୁ ନେଇ ନୂଆ ନୂଆ ଅପଡେଟ୍ ସାମ୍ନାକୁ ଆସୁଛି । ଏବେ ସୁଦ୍ଧା ଶୋ ର ୩ ଜମ ପ୍ରତୀଯୋଗିତାଙ୍କ ନାଁ ଅଫିସିଆଲି ଘୋଷଣା କରାଯାଇଛି ।

ଏହା ମଧ୍ୟରେ ବଗ୍ ବସରେ ନଜର ଆସିଛନ୍ତି ଅନିରୁଦ୍ଧାଚାର୍ଯ୍ୟ ମହାରାଜ । ଏହାକୁ ନେଇ ଖୁବ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଗ୍ ବସ ସୁଟ୍ ରେ ଅନିରୁଦ୍ଧାଚାର୍ଯ୍ୟ ମହାରାଜଙ୍କ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଧଳା ରଙ୍ଗ ର ଧୋତି କୁର୍ତ୍ତା ,ପିଙ୍କ ରଙ୍ଗର ଓତା ପକାଇବାର ନଜର ଆସୁଛି । କିନ୍ତୁ ବର୍ତ୍ତମାନ ସେଟ୍ ରେ ତାଙ୍କ ଆସିବା ନେଇ ଅଫିସିଆଲି ସୂଚନା ସାମ୍ନାକୁ ଆସି ନାହିଁ ।

https://twitter.com/BiggBoss_Tak/status/1842234467311595972/photo/1

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *