କେଶ ହରାଇବା ପରେ ଆଖିର ପଲକ ହରାଇବାକୁ ଯାଉଛନ୍ତି ହିନା ,ସୋସିଆଲ ମିଡିଆରେ ପୋଷ୍ଟ କରି ଭାବପ୍ରବଣ ହେଲେ

କ୍ୟାନସର ସହ ଲଢ଼ୁଥିବା ଅଭିନେତ୍ରୀ ହିନା ଖାନ ନିଜ ଆଖିର ପଲକକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଭାବପ୍ରବଣ ହୋଇପଡ଼ିଛନ୍ତି। କ୍ୟାନସର ପାଇଁ ନିଜ ମୁଣ୍ଡର କେଶ ହରାଇବା ପରେ ଏବେ ଆଖିର ପଲକ ବି ହରାଇବାକୁ ଯାଉଛନ୍ତି ଅଭିନେତ୍ରୀ ହିନା। ବେମାର ସହ ଲଢ଼ୁଥିବା ହିନା ଏବେ ବି କାମ ବନ୍ଦ କରିନାହାନ୍ତି। ଲଗାତାର ଫେସନ ସୋରେ ରାମ୍ପ ଓ୍ୱାକ୍ କରୁଛନ୍ତି। ନିଜର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି।

ସ୍ତନ କର୍କଟ ରୋଗ ସହ ଜୁଝୁଛନ୍ତି ଖ୍ୟାତିସମ୍ପନ୍ନ ଟିଭି ଅଭିନେତ୍ରୀ ହିନା ଖାନ୍। ଷ୍ଟେଜ୍- ଥ୍ରୀରେ ଏବେ ହିନା। କିନ୍ତୁ ସେ ଭାଙ୍ଗି ପଡ଼ିନାହାନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍। ନିଜ ଆଖିର ପଲକକୁ ସେୟାର କରିଛନ୍ତି। ଏ ସମ୍ପର୍କ କଅଣ କହୁଛି କହି ଭାବପ୍ରବଣତାର ପୋଷ୍ଟ କରିଛନ୍ତି। ଆଖିର ସେଲଫିକୁ ସେୟାର କରିଛନ୍ତି ଇନଷ୍ଟାଗ୍ରାମରେ। ଏହି ପଲକ ତାଙ୍କ ଆଖିର ଅଂଶ ଥିଲା। ଯିଏ ତାଙ୍କ ଆଖିକୁ ସୁନ୍ଦର ସଜାଉଥିଲା। ଏବେ ତାଙ୍କର ମାତ୍ର ଗୋଟିଏ ପଲକ ରହିଯାଇଛି। ଯିଏ ବାକି ଶରୀରକୁ ସାହସ ଦେଉଛି। ଏହି କାରଣରୁ ସେ ଆଜିଯାଏଁ ବଞ୍ଚିଛନ୍ତି। କ୍ୟାନସର ଲାଗି କେମୋଥେରାପିର ଶେଷ ଷ୍ଟେଜରେ ଏବେ ହିନା। ତାଙ୍କର ଆଖିର ଏହି ଶେଷ ପଲକ ହିଁ ତାଙ୍କ ମୋଟିଭେସନ ସାଜିଛି। ଏହି କଠିନ ସମୟକୁ ବି ସେ ପାର୍ କରିଯିବେ ବୋଲି ଆତ୍ମବିଶ୍ୱାସ ରଖିଛନ୍ତି। ସେ ଏମିତିରେ ଲମ୍ୱାସମୟ ଧରି ନକଲି ପଲକ ଲଗାଇନାହାନ୍ତି। ଆଉ ସେ ଜଲଦି ଆରୋଗ୍ୟ ହୋଇଯିବେ ବୋଲି ସମସ୍ତଙ୍କ ଶୁଭକାମନା ଲୋଡ଼ିଛନ୍ତି ସୋସିଆଲ ମିଡ଼ିଆରେ।  ଏହି ଭାବପ୍ରବଣ ପୋଷ୍ଟକୁ ନେଇ ରାକ୍ଷୀ ସାଓ୍ୱନ୍ତ ଓ ଜୁହି ପରମାର ଭଳି ସେଲିବ୍ରିଟି ରିଆକ୍ସନ ଦେଇଛନ୍ତି।

କ୍ୟାନସର ଦ୍ୱାରା ଦରଜରେ ପୀଡ଼ିତ ହିନା। ତାଙ୍କୁ ନ୍ୟୁରୋପାଥିକ ପେନ୍ ରହିଛି। ଏହି କାରଣରୁ ସେ ଅଳ୍ପ ସମୟ ବି ଛିଡ଼ା ହୋଇପାରୁନାହାନ୍ତି। କେମୋଥେରାପି ପାଇଁ ମୁଣ୍ଡର ସବୁତକ କେଶ ହରାଇସାରିଛନ୍ତି ହିନା। ଆଖିର ପତ୍ତା ବି ଝଡ଼ିଯାଇଛି ଏବେ। ଏହି ଆଖିର ପଲକ ଏକଦା ତାଙ୍କ ସୁନ୍ଦରତାର ପ୍ରତୀକ ଥିଲା। ଯିଏ ଆଖିକୁ ସୁନ୍ଦର କରୁଥିଲା। ଏବେ ସେ ଏହାକୁ ହରାଇ ଏକଲା ଯୋଦ୍ଧା ପାଲଟିଯାଇଛନ୍ତି। କିଛି ଦିନ ତଳେବଧୂବେଶରେ ରାମ୍ପରେ ଓ୍ୱାକ୍ କରିଥିଲେ ହିନା। ନା ଚେହେରାରେ ଥିଲା କୌଣସି ଥକ୍କାପଣ ନା ଆଖିରେ ଥିଲା ନିରାଶାଭାବ। ଏବେ ସୁଦ୍ଧା ୫ଟି ଥେରାପି ନେଇସାରିଥିବା ହିନାଙ୍କ ଆଉ ୩ଟି ଥେରାପି ବାକି ଅଛି। ଯଦି ସବୁ କିଛି ଠିକ୍ ଚାଲିବ, ତେବେ ସେ ଶୀଘ୍ର କ୍ୟାନସରକୁ ହରାଇବେ। ୩୬ ବର୍ଷୀୟ ହିନା ହିନ୍ଦୀ ଫିଲ୍ମ ଓ ଟେଲିଭିଜନ ଦୁନିଆରେ ଜଣାଶୁଣା ଚେହେରା। ସବୁଠୁ ଅଧିକା ପାରିଶ୍ରମିକ ପାଉଥିବା ଟିଭି ଅଭିନେତ୍ରୀଙ୍କ ଭିତରେ ଅନ୍ୟତମ ହିନା। ରିସ୍ତା କ୍ୟା କେହଲତା ହୈ, କସୌଟି ଜିନ୍ଦେଗି କି, ବିଗ ବସ୍-୧୧, ରିଅଲଟି ସୋ- ଫିୟର ଫ୍ୟାକ୍ଟର ଖତରୋଁ କି ଖିଲାଡ଼ୀ ୮ରେ ଥିଲେ ହିନା। ବିଗ୍‌-ବସ୍ ୧୧ର ଉପବିଜେତା ବି ଅଟନ୍ତି ହିନା।

ହିନାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲେ ସଲମାନ ଖାନ୍। ଜୁଲାଇରେ ହସ୍ପିଟାଲରେ ହିନାଙ୍କୁ ଭେଟି ସମସ୍ତ ସହଯୋଗ କରିବାକୁ କହିଥିଲେ ଭାଇଜାନ୍।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *