Latest NewsNATIONAL

ତିନି ଦଶକ ପରେ ହରିୟାଣା ନୁହରେ ସାଂପ୍ରଦାୟିକ ଦଙ୍ଗା, ଦୁଇ ହୋମ ଗାର୍ଡଙ୍କ ସମେ ତିନି ଜଣଙ୍କ ମୃତ୍ୟୁ

ତିନି ଦଶକ ପରେ ହରିୟାଣା ନୁହରେ ସାଂପ୍ରଦାୟିକ ଦଙ୍ଗା, ଦୁଇ ହୋମ ଗାର୍ଡଙ୍କ ସହ ତିନି ଜଣଙ୍କ ମୃତ୍ୟୁ ।

ନୁହ(ହରିୟାଣା) :ପ୍ରାୟ ତିନି ଦଶନ୍ଧି ପରେ ହରିୟାଣା ନୁହରେ ପୁଣି ଦଙ୍ଗା ।ଦଙ୍ଗାକାରୀଙ୍କ ହିଂସାକାଣ୍ଡରେ ଥରି ଊଠିଲା ପୁରା ସହର ।ହିଂସାକାଣ୍ଡରେ ଦୁଇ ଜଣ ହୋମ ଗାର୍ଡଙ୍କ ସମେତ ତିନି ଜଣ ମୃତ୍ୟୁବରଣ କରିଥିବାବେଳେ ଏଥିରେ ବହୁ ଲୋକ ଆହତ ହୋଇଛନ୍ତି । ଜଳାଭିଶେକ ଯାତ୍ରା ସମୟରେ ସୋମବାର ନୁହ ମେୱାତରେ ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହୋଇଥିଲେ। ସକାଳ ପ୍ରାୟ 10 ଟା ବେଳେ ହିନ୍ଦୁ ସଂଗଠନର ଜଲାଭିଶେକ ଯାତ୍ରା ନୁହସ୍ଥିତ ନାଲହାଦ୍ ଶିବ ମନ୍ଦିରରୁ ଆରମ୍ଭ ହୋଇଥିଲା। ଏହି ଯାତ୍ରା ଖେଡଲା ଗାଁ ଦେଇ ଦିଲ୍ଲୀ-ଅଲୱାର ରାସ୍ତାରୁ ଫେରୋଜପୁର ଝିର୍କା ଯିବାକୁ ଥିଲା | କୁହାଯାଉଛି ଯେ ହଠାତ୍ ଏକ ଟନିଂ ବା ବୁଲାଣୀ ନିକଟରେ କିଛି ଗାଡି ଉପରକୁ  ପଥର ଫିଙ୍ଗାଯାଇଥିଲା,ୟାହା ପରହେ ସେଠାକାର ବାତାବରଣ ପୁରା ବିଗିଡି ଯାଇଥିଲା ।ଊଭୟ ପକ୍ଷରୁ ପଥର ମାଡ ଆରମ୍ଭ ହୋଇଥିଲା । ଧୀରେ ଧୀରେ ପରିସ୍ଥିତି ଖରାପ ହେବାକୁ ଲାଗିଲା। ହଠାତ୍ ଊପଦ୍ରବୀମାନେ ବହୁ ଗାଡିରେ ନିଆଁ ଲଗାଇ ଦେବା ସହ ବହୁ ଗାଡି ଭଙ୍ଗାରୁଜା କରିଛନ୍ତି ।

ନୁହରେ ଏହି ହିଂସାକାଣ୍ଡ କିପରି ଘଟିଲା ତାହା ସ୍ପଷ୍ଟ ହୋଇଛି ଯେ ଏହା ପୂର୍ବରୁ ଯୋଜନା କରାଯାଇଥିଲା, କାରଣ ଛାତରୁ ପଥର ଫିଙ୍ଗିବା ଘଟଣା ଏହା ହଠାତ୍ ହୋଇପାରିବ ନାହିଁ ।ନିଶ୍ଚିତଭାବେ ପୂର୍ବରୁ ଊପଦ୍ରବୀମାନେ ଏଥିପାଇଁ ଯୋଜନା କରିଥିବେ । ଏକ ରିପୋର୍ଟ ଅନୁଯାୟୀ, ବଲ୍ଲଭଗଡ଼ରେ ଜଣେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ଭିଡିଓ ପୋଷ୍ଟ୍‌ ପାଇଁ ଏହି ହିଂସା ଘଟିଥିବା କୁହାଯାଊଛି । ଗତ 2 ଦିନ ଧରି ସୋସିଆଲ ମିଡିଆରେ ଉଭୟ ପକ୍ଷରୁ ଉତ୍ତେଜନାମୂଳକ ବିବୃତ୍ତି ଦିଆଯାଉଥିଲା ।ତେବେ ଏହାକୁ ସ୍ଥାନୀୟ ପ୍ରଶାସନ କିମ୍ବା ସରକାରଙ୍କ ଗୁଇନ୍ଦା ବିଭାଗ କିପରି ଜାଣି ପାରିଲା ନାହିଁ ।ଏହାକୁ ସରକାରଙ୍କର ବିଫଳତା ନା  ସରକାରଏହାକୁ ହାଲୁକା ଭାବେ ଗ୍ରହଣ କରିଥିଲେ। ସ୍ଥାନୀୟ ଲୋକ କହିଛନ୍ତି ଯେ ଏହି ହିଂସାକାଣ୍ଡକୁ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ଏବଂ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ହିଂସା ଘଟଣାରେ ୫୦ରୁ ଊର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି।  ହିଂସା ଜାରି ରହିଥିବାବେଳେ ଆଜି ଗୁରୁଗ୍ରାମ ନିକଟସ୍ଥ ଏକ ମନ୍ଦିରରେ ପ୍ରାୟ ୨୫୦୦ ଲୋକ ଆଶ୍ରୟ ନେଇଥିଲେ।  ଗୁରଗାଓଁ ଏବଂ ଫରିଦାବାଦକୁ ମଧ୍ୟ ହିଂସ‌ା ବ୍ୟାପିଥିବା ଜଣାପଡିଛି । ଅତି ଆଶ୍ଚର୍ଯ୍ୟଜନକବାବେ ହିଂସାକାଣ୍ଡ ଘଟିବାର ପାଞ୍ଚରୁ ଛଅ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷାବଳ କିମ୍ବା ଅତିରିକ୍ତ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲେ।ଗଣ୍ଡଗୋଳକାରୀମାନେ ସହରରେ ସଂଧ୍ୟା ପର୍ଯ୍ୟନ୍ତ ହିଂସାକାଣ୍ଡରେ ଲିପ୍ତ ଥିଲେ ମଧ୍ୟ ପୋଲିସ କୌଣସି ଆକସ୍ନ ମୁଡକୁ ଆସି ପାରି ନଥିଲା । ଏଭଳି ପରିସ୍ଥିତିରେ ବାହାରୁ ଆସିଥିବା ଅନ୍ୟ ସମ୍ପ୍ରଦାୟର ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରରେ ଅଟକି ରହିଥିଲେ ମଧ୍ୟ ପ୍ରସାସନ ସେମାନଙ୍କୁ ସୁରକ୍ଷିତଭାବେ ବାହାର କରିବାକୁ ବିଫଳ ହୋଇଥିଲେ । ସମଗ୍ର ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅପରାହ୍ନ 5 ଟା ପରେ ସରକାର ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ ମଧ୍ୟ ଏହା ସତ୍ତ୍ୱେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଏବଂ ବିବୃତ୍ତି ଜାରି ରହିଥିଲା। କୌଣସି ଅଧିକାରୀ ଫୋନ୍ ଉଠାଇବାକୁ ଏଡ଼ାଇ ଯାଇଥିଲେ।ଏପରିକି ସରକାରଙ୍କ କୌଣସି ଅଧିକାରୀ ଏ ନେଇ କିଛି କିବାକୁ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଊପସ୍ଥିତ ନଥିବା ଦେଖାଯାଇ ନଥିଲା ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପାଞ୍ଚ ଜଣ ଡିଏସପି, ଜଣେ ଅତିରିକ୍ତ ଏସପି, 16 ଇନ୍ସପେକ୍ଟର, 800 ପୋଲିସ କର୍ମଚାରୀ ଏବଂ 20 ଜଣ ଆରୋହୀ ଡ୍ୟୁଟିରେ ଥିଲେ, କିନ୍ତୁ ବିଶୃଙ୍ଖଳା ଆରମ୍ଭ ହେବା ପରେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହା କାହିଁକି ହେଲା? ଘଟଣାର ଦୀର୍ଘ ସମୟ ପରେ ପୋଲିସ ଘଟଣାସ୍ଥଳରେ ପଂହଚି ଲୁହାବୁହା ବାଷ୍ପ ପ୍ରଯୋଗ କରିବା ସହ ସହରର 144 ଧାରା ଲଗାଇଛନ୍ତି ।

ସେ ପଟେ ନେହରେ ଏତେ ବଡ଼ ହିଂସାକାଣ୍ଡ ଘଟିବା ପରେ ମଧ୍ୟ ସଂପୃକ୍ତ ଅଂଚଳରେ ଶାନ୍ତି ଫେରାଇ ଆଣିବା ପାଇଁ କୌଣସି ରାଜନୈତିକ ଦଳର ନେତାମାନଙ୍କୁ ଦେଖିବାକୁ ମିଳି ନଥିଲା । ଊପଦ୍ରବୀମାନେ ସହରରେ ପ୍ରାୟ 5 ଘଣ୍ଟାରୁ ଊର୍ଦ୍ଧ ସମୟ ଧରି ହିଂସାକାଣ୍ଡ ଘଟାଇ ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇପାରି ନଥିଲା ।ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଉକ୍ତ ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି।

Related Articles

Leave a Reply

Your email address will not be published.

Back to top button