ଆଜି ହେଉଛି ସୁନାମଧନ୍ୟ ଗାୟକ ଉଦିତ ନାରାୟଣଙ୍କ ଜନ୍ମଦିନ। ୬୯ ବର୍ଷରେ ବୟସରେ ପାଦ ଥାପିଛନ୍ତି ଉଦିତ । ବଲିଉଡର ବହୁ ସୁପର ଡୁପର ହିଟ ଗୀତ ଲୋକଙ୍କୁ ଭେଟି ଦେଇଛନ୍ତି। ତାଙ୍କ କ୍ୟାରିଅରରେ ଏକାଧିକ ହିଟ ଗୀତ ଗାଇଛନ୍ତି। ୧୯୫୫ ମସିହା ଆଜିର ଦିନରେ ମୈଥିଲିର ଏକ ବ୍ରାହ୍ମଣ ପରିବାରରେ ଏହି ମହାନ ଗାୟକଙ୍କ ଜନ୍ମ। ବାପା ହରେକୃଷ୍ଣ ଝା ଏବଂ ଭୁବନେଶ୍ୱରୀ ଝାଙ୍କ ସୁପୁତ୍ର ଉଦିତ ନାରାୟଣ। ପିଲାଦିନେ ଛୋଟ ଛୋଟ ମଞ୍ଚରେ ଗୀତ ଗାଉଥିଲେ। ଏହି ଗୀତ ଗାଇବା ତାଙ୍କ ମାଙ୍କଠୁ ପ୍ରେରଣା ପାଇ ଆଗକୁ ବଢିଥିଲେ। ବିଭିନ୍ନ ଭାଷାରେ ଗୀତ ଗାଇ ଥିବା ନଜିର ରହିଛି। ହିନ୍ଦୀ, ତେଲୁଗୁ, ମାଲାୟଲମ, ଓଡିଆ, ଭୋଜପୁରୀ,ତାମିଲ ଭଳି ବହୁ ଭାଷାରେ ଗୀତ ଗାଇ ଦର୍ଶକଙ୍କୁ ସୁପରହିଟ ଗୀତ ଭେଟି ଦେଇଛନ୍ତି। ୧୯୮୦ ମସିହାରେ ପ୍ରଥମେ ମୁମ୍ୱାଇ ଆସି ମହମ୍ମଦ ରଫିଙ୍କ ସହ ଗୀତ ଗାଇବାକୁ ସୁଯୋଗ ପାଇଥିଲେ। ତା ପରେ ସିଏ ଆଉ ପଛକୁ ଫେରିନଥିଲେ। ଗୋଟିଏ ପରେ ଗୋଟିଏ ହିଟ ଗୀତ ଗାଇ ଲୋକଙ୍କ ଅତି ନିକଟତର ହୋଇପାରିଥିଲେ। ଆଜି ତାଙ୍କ ଜନ୍ମଦିନରେ ଢେର ସାରା ଶୁଭେଚ୍ଛା।
Naxatra News is now on Whatsapp
Join and get latest news update delivered to you via whatsapp
Join Now