ଆଜି ବିଶ୍ବ ଟେଲିଭିଜନ ଦିବସ

ପ୍ରତିବର୍ଷ ୨୧ ନଭେମ୍ବରରେ ବିଶ୍ବ ଟେଲିଭିଜନ ଦିବସ ପାଳନ କରାଯାଏ । ଉନବିଂଶ ଶତାବ୍ଦିର ଶେଷ ଭାଗରେ ଏହା ଆରମ୍ଭ ହେବା ପରଠାରୁ ଟେଲିଭିଜନ ଟେକ୍ନୋଲୋଜିରେ ଯଥେଟ ପରିବର୍ତ୍ତନ ହୋଇଛି । ଏକ ସୀମିତ ସଂଖ୍ୟକ ଚ୍ୟାନେଲ ସହିତ ଏକ ବଡ଼ ବାକ୍ସରୁ ନେଇ ଅନେକ ଟ୍ରିମିଂ ବିକଳ୍ପ ସହିତ ହାଇ ଡେଫିନେସନ ସ୍କ୍ରିନ ପର୍ଯ୍ୟନ୍ତ ବିକଶିତ ହୋଇଛି ।

ତେବେ ମିଳିତ ଜାତିସଂଘ ସାଧାରଣ ସଭା ୧୭ ଡିସେମ୍ବର ୧୯୯୬ରେ ଏକ ପ୍ରସ୍ତାବ ପାରିତ ହୋଇଥିଲା । ପ୍ରତିବର୍ଷ ୨୧ରେ ବିଶ୍ବ ଟେଲିଭିଜନ ଦିବସ ପାଳନ କରିବାକୁ ନିଷ୍ପତି ନେଇଥିଲେ । ସୂଚନା ଅନୁଯାୟୀ ସ୍କର୍ଟଲ୍ୟାଣ୍ଡର ଇଞ୍ଜିନିୟର ତଥା ଉଦ୍ଭାବକ ଜନ୍ ଲଗି ବେୟର୍ଡଙ୍କ ଦ୍ବାରା ଟେଲିଭିଜନ ଉଦ୍ଭାବନ କରାଯାଇଥିଲା । ଯାହା ଆଜି ଘରେ ଘରେ ପରିଚିତ ।

ଆଜି ଟିଭି ସମସ୍ତଙ୍କ ଦୈନିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଯାଇଛି ।କୋଟି କୋଟି ଲୋକ ମନୋରଞ୍ଜନ , ବିଜ୍ଞାନ ଓ ଶିକ୍ଷା ଏବଂ ସୂଚନା ପ୍ରଦାନ କରୁଛି । ସାମାଜିକ ପରିବର୍ତ୍ତନ କୁ ପ୍ରୋତ୍ସାହନ କରିବାରେ ଟିଭି ର ମୁଖ୍ୟ ଭୂମିକା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *