ଓମାନ ସମୁଦ୍ରରେ ତେଲ ଟ୍ୟାଙ୍କର ଜାହଜ ବୁଡିବା ଘଟଣା , ୯ ଜଣଙ୍କୁ ଜୀବନ୍ତ ଉଦ୍ଧାର କଲା ଆଇଏନଏସ ତେଗ୍

ଓମାନ ସମୁଦ୍ରରେ ତେଲ ଟ୍ୟାଙ୍କର ଜାହାଜ ବୁଡିବା ଘଟଣା । ଏହା ଯୋଗୁଁ ନିଖୋଜ ୧୩ ଭାରତୀୟଙ୍କ ମଧ୍ୟରୁ ୮ ଜଣ ଉଦ୍ଧାର ହୋଇଛନ୍ତି । ଭାରତୀୟ ନୌସେନାର ଜାହାଜ ଆଇଏନଏସ-ତେଗ ଏମାନଙ୍କୁ ଉଦ୍ଧାର କରିଛି । ନିଖୋଜ ହେବାର ୪୮ ଘଣ୍ଟା ପରେ ବି ଆଉ ୪ ଜଣଙ୍କର କୌଣସି ସନ୍ଧାନ ମିଳିପାରିନାହିଁ । ଭାରତୀୟ ନୌସେନା ଏହି ସୂଚନା ଦେଇଛି ।ଭାରତୀୟ ନୌବାହିନୀର ଯୁଦ୍ଧ ଜାହାଜ ଆଇଏନଏସ୍ ତେଗ୍ ନିଖୋଜମାନଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନରେ ଜାରି ରଖିଛି ।ଭାରତର ସାମୁଦ୍ରିକ ସର୍ଭିଲାନ୍ସ ବିମାନ P-81କୁ ମଧ୍ୟ ଏଥିରେ ନିୟୋଜିତ କରାଯାଇଥିଲା । ଆଇଏନଏସ ତେଗ ଉଦ୍ଧାର କରିଥିବା ନିଖୋଜଙ୍କ ମଧ୍ୟରେ ୮ ଜଣ ଭାରତୀୟ ଏବଂ ଜଣେ ଶ୍ରୀଲଙ୍କାର ନାଗରିକ ରହିଛନ୍ତି ।ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣ ନିଖୋଜ ରହିଛନ୍ତି । ଏମାନଙ୍କୁ ଖୋଜା ଚାଲିଛି ।

ସୂଚନାଅନୁଯାୟୀ , ଓମାନ୍ ସମୁଦ୍ରରେ ଜୁଲାଇ ୧୫ ତାରିଖରେ ବୁଡ଼ିଥିବା ତେଲ୍ ଟ୍ୟାଙ୍କରରେ ମୋଟ ୧୬ ଜଣ ମେମ୍ବର ଥିଲେ । ସେମାନଙ୍କ ମଧ୍ୟରୁ ୧୩ ଭାରତୀୟ ଓ ୩ ଶ୍ରୀଲଙ୍କା ନାଗରିକ ଥିଲେ । ଜାହାଜଟି ୟେମେନ ପୋର୍ଟକୁ ଆସୁଥିଲା ଜାହାଜ । ଜାହାଜର ନାଁ ପ୍ରେଷ୍ଟିଜ ଫାଲକନ । ଏହାର ଦୈର୍ଘ୍ୟ ୧୧୭ ମିଟର । ୨୦୦୭ରେ ନିର୍ମାଣ ହୋଇଥିଲା । ଓମାନର ବଡ଼ ଇଣ୍ଡଷ୍ଟ୍ରିଆଲ ପୋର୍ଟ ଡୁକୁମ ନିକଟରେ ବୁଡ଼ି ଯାଇଥିଲା । ଜାହାଜ ଏବେ ବି ପାଣିରେ ବୁଡି ରହିଛି ଓ ଓଲଟି ପଡିଥିଲା । ଏହି ବନ୍ଦର ଓମାନର ଦକ୍ଷିଣ ପଶ୍ଚିମ ଉପକୂଳରେ ଅବସ୍ଥିତ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *