ଓଡିଶାରେ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଥିଲା । ହେଲେ ପୁଞ୍ଜି ଆସି ପାରିଲା ନାହିଁ । ୮ହଜାର ପ୍ରବାସୀ ଆସିବେ ବୋଲି ସରକାର କହିଥିଲେ । ହେଲେ ମାତ୍ର ୧୫ଶହ ଆସିଥିଲେ । ଏଥିପାଇଁ ୨ ଶହ କୋଟି ଖର୍ଚ୍ଚ ହୋଇଛି ହେଲେ ଫଳ ଶୁନ । ଏହା ସାଧାରଣ ଲୋକଙ୍କ ପଇସା । ଏହା ହିସାବ ରାଜ୍ୟ ସରକାର ଦେବା ଉଚିତ୍। ବର୍ତ୍ତମାନ୍ ଉତ୍କର୍ଷ ଓଡିଶା ନାଁ ରେ ବିଜେପି ନିଜ ଦଳ ର ପ୍ରଚାରରେ ମାତିଛନ୍ତି । ଓଡ଼ିଶା କଣ ବିଜେପି ର ପ୍ରୟୋଗଶଳା କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ରାମ ଚନ୍ଦ୍ର କଡ଼ାମ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now