ସାରା ଦେଶରେ ବ୍ୟାପିଥିବା ସାଂଘାତିକ ଅଶାନ୍ତି ପରେ ବାଂଲାଦେଶର ଅଧିକାରୀମାନେ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି । ଛାତ୍ର ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଯୋଗୁ ଅତି କମରେ ୧୦୫ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି। ଏହିଚାକିରୀ ଉପରେ ସରକାରଙ୍କ କୋଟା ନୀତିରେ ସଂସ୍କାର ଆଣିବାକୁ ଦାବି କରୁଥିବାରୁ ବାଂଲାଦେଶର ଦୀର୍ଘତମ କାର୍ଯ୍ୟକର୍ତ୍ତା ନେତା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଇଁ ଏହା ସବୁଠାରୁ କଠିନ ରାଜନୈତିକ ଆହ୍ବାନ। କର୍ଫ୍ୟୁ ଲାଗୁ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ନୟୋଜିତ କରାଯାଇଛି।
ସେପଟେ ହିଂସା ପାଇଁ ବାଂଲାଦେଶରେ ସ୍କୁଲ୍, କଲେଜ ଏବଂ ୟୁନିଭର୍ସିଟି ବନ୍ଦ ରହିଛି। କୋଟା ଆନ୍ଦୋଳନ ପାଇଁ ଟ୍ରେନ୍ ଏବଂ ମେଟ୍ରୋ ସେବା ମଧ୍ୟ ପ୍ରଭାବିତ ହୋଇଛି। ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ହିଂସା ଥମିବା ପର୍ଯ୍ୟନ୍ତ ସର୍ବାଧିକ ସତର୍କତା ଅବଲମ୍ବନ କରିବା ଓ ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବାକୁ ସେଠାରେ ଥିବା ଭାରତୀୟମାନଙ୍କ ପାଇଁ ଭାରତ ସରକାରଙ୍କୁ ପକ୍ଷରୁ ପରାମର୍ଶ ଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now