ଭିମଭୋଇ ମେଡିକାଲରେ ଅସ୍ତ୍ରୋପଚାର, ମୁଣ୍ଡ ଭିତରୁ ବାହାରିଲା ୭୩ଟି ଇଞ୍ଜେକେସନ ଛୁଞ୍ଚି

ବଲାଙ୍ଗୀର ଭୀମ ଭୋଇ ମେଡିକାଲରୁ ସ୍ଥାନାନ୍ତର ହୋଇଥିବା ଯୁବତୀଙ୍କ  ଅସ୍ତ୍ରୋପଚାର କରାଯାଇଛି। ୧୦ଜଣିଆ ଟିମ୍ ଏହି ଅସ୍ତ୍ରୋପଚାର କରିଛନ୍ତି।  ଯୁବତୀଙ୍କ ମୁଣ୍ଡ ଭିତରୁ ୭୩ଟି ଇଞ୍ଜେକେସନ ଛୁଞ୍ଚି ବାହାର କରାଯାଇଛି। ଏବେ ଯୁବତୀ ଜଣକ ସୁସ୍ଥ ରହିଥିବା ଭିମସାର ପକ୍ଷରୁ ସୂଚନା ମିଳିଛି।

ବଲାଙ୍ଗୀର ଜିଲ୍ଲାରେ ଗୁଣିଗାରେଡି ରୁ ହତ୍ୟା ସହ ବଳିଦେବା କଥା ଶୁଣିଥିବେ  ହେଲେ ଗୁଣିଗାରେଡି କରି ନାବାଳିକା ଝିଅର ମୁଣ୍ଡରୁ  ଇନଜେକ୍ସନ ଛୁଞ୍ଚି ବାହାର କରିବା କେବେ ଶୁଣିନଥିବେ ନା ଦେଖିଥିବେ। କିନ୍ତୁ ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ରୁ ଯାହା ବିଶ୍ୱାସ ନ ହେଲେ ମଧ୍ୟ ସତ। ନାବାଳିକା ଝିଅ ମୁଣ୍ଡରୁ ବାହାରୁଛି ଛୁଞ୍ଚି ଓ ଆପେ ଆପେ କଟି ଯାଉଛି ହାତ। ଏନେଇ ଥାନା ରେ ଅଭିଯୋଗ ହେବା ପରେ ଗୁଣିଗାରେଡି କରିଥିବା ଗୁଣିଆ ଗିରଫ କରିଛି ପୋଲିସ। ସେପଟେ ଏନେଇ  ନାବାଳିକା ଝିଅ ଅବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡିକାଲ ରେ ଭର୍ତ୍ତି କରାଯାଇଛି। ।

      ଏବେ ନାବାଳିକା ଝିଅ ଗୁରୁତର ଅବସ୍ଥା ରେ ଭୀମଭୋଇ ଭୋଇ ମେଡିକାଲ ରେ ଭର୍ତି ହୋଇଛି । ଚିକିତ୍ସା ବି ଆରମ୍ଭ ହୋଇଛି । ଏନେଇ ଡାକ୍ତର ମଧ୍ୟ ଏଭଳି ଘଟଣା କୁ ନେଇ ତାଯୁବ ହୋଇଛନ୍ତି । ଅପରେସନ କରି ଝିଅ ମୁଣ୍ଡରୁ ନିଡିଲ କଢ଼ା ଯିବ ବୋଲି କହିଛନ୍ତି।  ତେବେ ଏ ଘଟଣା ହେଉଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳ ଇଚଗାଁ ର । ଏହି ଗାଁର ବିଷ୍ଣୁ ପ୍ରସାଦ ବେହେରା ଙ୍କ ସାନ ଝିଅ ରେସ୍ମା ବେହେରା ଯାହାଙ୍କ ବର୍ଷ ଏବେ ୧୬ । ଗତ ୨୦୨୨ ରେ ବିଷ୍ଣୁ ଙ୍କ ସ୍ତ୍ରୀ ଙ୍କ ମୃତ୍ୟୁ ହୋଇଥିଲା। ସେବେଠୁ ଝିଅ ଭୟଭୀତ ହେଉଥିବା ସହ ବିଭିନ୍ନ ସମୟରେ ଝିଟିକି ପଡୁଥିବା ଦେଖିଥିଲେ। ଏନେଇ କଣ୍ଟାବାଞ୍ଜି ଡାକ୍ତର ଖାନା ରେ ଚିକିତ୍ସା କରାଇଲେ। ହେଲେ କୌଣସି ଅସୁବିଧା ନଥିବା ସହ ଝିଅ ଭଲ ଥିବା କହିଥିଲେ ଡାକ୍ତର। କିନ୍ତୁ ପରେ ପୁଣି ସେଭଳି ଅସୁବିଧା ଦେଖିବାକୁ ମିଳିଥିଲା ଏନେଇ କଣ୍ଟାବାଞ୍ଜି ଜାମୁଟଝୁଲା ଗାଁ ର ଗୁଣିଆ ତେଜରାଜ ରଣା ଙ୍କ ପାଖକୁ ଫୁଙ୍କାଝରା କରିବାକୁ ନେଇଥିଲେ। ସେଠାରେ ଝିଅ ଠିକ ହୋଇଯିବ କହିଥିଲା ଗୁଣିଆ। ଓ ମୁଣ୍ଡରେ ଗାଈଗୋରୁଙ୍କୁ ଇନଜେକ୍ସନ ଦିଆଯାଉଥିବା ନିଡିଲ ଆଣିଥିଲେ। ଝିଅଙ୍କ ବାପା ଏହା କଣ କରିବେ ବୋଲି କହିବାରୁ ମୁଣ୍ଡରେ ଥିବା ପ୍ରେତ କୁ ଦରାଇବା ପାଇଁ ଏହା ବ୍ୟବହାର ହେବ ବୋଲି କହିଥିଲେ। ଓ ଏକା ଝିଅକୁ ଗୁଣିଆ ତାଙ୍କ ସ୍ତ୍ରୀ ସହ ନେଇକି ଗୋଟିଏ କୋଠରୀ ରେ କିଛି ପୂଜା କରିଥିଲେ। ଝିଅ ଭଲ ମଧ୍ୟ ହୋଇଥିଲେ ଓ ଘରକୁ ଫେରିଥିଲେ। ପରେ କିଛି ମାସ ଗଲାପରେ ପୁଣି ସେଭଳି ଅସୁବିଧା ହେବା ସହ ଝିଅ ହାତ ଆପେ ଆପେ କଟି ରକ୍ତ ବାହାରିଲା ଏନେଇ ନିଜେ ଝିଅ କଟୁଥିବା ଭାବି ହାତ ଗୋଡ଼ ବାନ୍ଧି ମଧ୍ୟ ରଖିଥିଲେବାପା। ହେଲେ ବାନ୍ଧିକି ରଖିବା ପରେ ମଧ୍ୟ ସେଭଳି ଆପେ ଆପେ କଟିକି ରକ୍ତ ବାହାରିଲା। ପରେ ମୁଣ୍ଡରୁ ବାହାରିଥିଲା ନିଡିଲ। ଭୟଭୀତ ହୋଇଥିଲେ ପରିବାର ଲୋକ ଓ ଏନେଇ ଗୁଣିଆ ପାଖକୁ ପୁଣି ଯାଇ ଅଭିଯୋଗ କରିଥିଲେ। ପୁଣି ପୂଜା କରି ଠିକ କରିଦେଇଥିଲା ଗୁଣିଆ ପରେ ପୁଣି ଏଭଳି ହେବାରୁ ଶେଷରେ ଥାନା ର ଦ୍ୱାରସ୍ତ ହୋଇଥିଲେ ଝିଅର ବାପା ବିଷ୍ଣୁ ଓ କରିଥିଲେ ଅଭିଯୋଗ । ଏନେଇ କଣ୍ଟାବାଞ୍ଜି ଥାନା ପୋଲିସ ଗୁଣିଆ କୁ ଗିରଫ କରି କୋର୍ଟ ଚାଲାଣ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *