ହାଥରସ ଦଳାଚକଟା ଘଟଣା ;ଜନସ୍ୱାର୍ଥ ମାମଲାକୁ ଶୁଣିବାକୁ ମନା କରିଦେଇଛି ସୁପ୍ରିମକୋର୍ଟ

ହାଥରସ ଦଳାଚକଟା ଘଟଣାରେ ୫ ଜଣିଆ ଏକ୍ସପର୍ଟ କମିଟି ଦ୍ୱାରା ତଦନ୍ତ ଲାଗି ଜନସ୍ୱାର୍ଥ ମାମଲାକୁ ଶୁଣିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଲାଗି କୋର୍ଟରେ ପଡ଼ିଥିଲା ପିଟିସନ। ଯେଉଁଠି ଜୁଲାଇ ୨ରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ କହିଥିଲେ ଯେ, ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଏମିତିରେ ଏଭଳି ମାମଲାକୁ ହାଇକୋର୍ଟ ଶୁଣିବାକୁ ସକ୍ଷମ ଅଟନ୍ତି। ସେଥିଲାଗି ଏଠାକୁ ନ ଆସି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୁଅ ବୋଲି ଆବେଦନକାରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି। ୟୁପିର ହାଥରସ ସତସଙ୍ଗରେ ଦଳାଚକଟା ଲାଗି ୧୨୧ ଜଣଙ୍କ ମୃତ୍ୟୁ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *