ବେଙ୍ଗାଲୁରରେ ବର୍ଷାତୋଫାନରେ ଚାଲିଗଲା ୩ ଜୀବନ

ଚଳିତବର୍ଷ ବେଙ୍ଗାଲୁରୁରେ ‌ହୋଇଥିବା ପ୍ରବଳ ବର୍ଷାତୋଫାନରେ ତିନି ଜଣଙ୍କ ଜୀବନ ଯାଇଛି । ସୋମବାର ସନ୍ଧ୍ୟାରେ ବିଟିଏମ୍ ଲେଆଉଟ୍‌ରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ସୂଚନାଅନୁଯାୟୀ ଆପାର୍ଟମେଣ୍ଟ୍‌ ପରିସରରେ ପାଣି ଜମିଥିବା ବେଳେ ତାକୁ ସଫା କରିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ୬୩ ବର୍ଷୀୟ ବୃଦ୍ଧ ଏବଂ ଜଣେ ୧୨ ବର୍ଷୀୟ ବାଳକ ପ୍ରାଣ ହରାଇଛନ୍ତି। ତାଙ୍କ ନାମ ନମୋହନ କାମଥ। ପୂର୍ବରୁ, ପ୍ରବଳ ବର୍ଷା ହେତୁ ଏକ କମ୍ପାଉଣ୍ଡ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ହ୍ୱାଇଟ୍‌ଫିଲ୍ଡରେ ଜଣେ ୩୫ ବର୍ଷୀୟ ମହିଳା ଗୃହରକ୍ଷୀଙ୍କ ମୃତ୍ୟୁ ହୋଇଥିଲା।

ରବିବାର ଏବଂ ସୋମବାର ମଧ୍ୟବର୍ତ୍ତୀ ରାତିରେ ସହରରେ ଛଅ ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁ ପ୍ରବଳ ଜଳବନ୍ଦୀ ହୋଇ ସହରର ସାରା, ବେସମେଣ୍ଟ ଏବଂ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଗଲା।ଉଭୟ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସେଣ୍ଟ ଜନ୍ସ ହସ୍ପିଟାଲକୁ ପଠାଯାଇଛି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *