ଦିନେ ଗୀତକୁ ଘୃଣା କରୁଥିଲେ, ପ୍ରଖ୍ୟାତ ଗାୟକ ଭୂପିନ୍ଦର ସିଂହ

Spread the love

ମୁମ୍ବାଇ: ପରଲୋକରେ ପ୍ରଖ୍ୟାତ ଗାୟକ ଭୁପିନ୍ଦର ସିଂହ। ମୁମ୍ୱାଇ ଅନ୍ଧେରୀ ସ୍ଥିତ  କ୍ରିଟିକେୟାର ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। କ୍ୟାନ୍ସର ପୀଡିତ ଭୁପିନ୍ଦର କୋଭିଡରେ ସଂକ୍ରମିତ ହେବା ପରେ ୧୦ ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ଶେଷକୃତ୍ୟ ହେବ। ପଞ୍ଜାବର ଅମ୍ରିତସରଠାରେ ଭୂପିନ୍ଦରଙ୍କର ଜନ୍ମ ହୋଇଥିଲା। ପ୍ରଥମେ ଅଲ ଇଣ୍ଡିଆ ରେଡିଓରେ ସେ ଗାୟକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଦିଲ୍ଲୀ ଦୂରଦର୍ଶନରେ ବି ସେ  କାମ କରିଥିଲେ। ଜଣାଶୁଣା ଗଜଲ ଗାୟକ ତଥା ପ୍ଲେବ୍ୟାକ ସିଙ୍ଗର ଭାବରେ ପରିଚିତ ଥିଲେ ଭୁପିନ୍ଦର ସିଂ। ଭୁପିନ୍ଦର ୭୦ ଏବଂ ୮୦ ଦଶକରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଗୀତ ଦେଇଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ଲୋକଙ୍କ ପାଟିରେ ରହିଛି। ତାଙ୍କର ଅନେକ ଫ୍ୟାନ ଫଲୋଇଙ୍ଗ ମଧ୍ୟ ରହିଛନ୍ତି।

ଫେବୃଆରୀ ୬,୧୯୪୦ ମସିହାରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ ଭୁପିନ୍ଦର ସିଂ। ତେବେ ତାଙ୍କର ଜୀବନ ବହୁ ସମସ୍ୟା ଦେଇ ଗତି କରିଥିଲା। ଭୁପିନ୍ଦର ସିଂଙ୍କୁ  ପ୍ରଥମେ ସଙ୍ଗିତ ପ୍ରତି ଘୃଣା ଭାବ ଆସିଥିଲା। ସେ ଅଲ୍ ଇଣ୍ଡି ରେଡିଓରେ ଅଭିନୟ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଗୀତକୁ ଘୃଣା କରୁଥିବା ଭୁପିନ୍ଦର କିପରି ଦେଶର ମହାନ ଗଜଲ ଗାୟକ ହୋଇଥିଲେ ଚାଲନ୍ତୁ ଜାଣିବା।

ପ୍ରଥମେ ତାଙ୍କ ସଙ୍ଗୀତ ପ୍ରତି ଥିବା ଘୃଣା କାହାଣୀ ବିଷୟରେ ଆଲୋଚନା କରିବା। ଭୁପିନ୍ଦର ସିଂଙ୍କ ସଙ୍ଗୀତ ଗୁରୁ ଥିଲେ ତାଙ୍କ ବାପା ପ୍ରଫେସର ନାଥ ସିଂ। ତାଙ୍କ ବାପା ନିଜେ ଜଣେ ଉତ୍କୃଷ୍ଟ ସଂଗୀତଜ୍ଞ ଥିଲେ। ସେ ତାଙ୍କ ବାପାଙ୍କଠାରୁ ସଙ୍ଗୀତ ଶିକ୍ଷା କରୁଥିବା ବେଳେ ତାଙ୍କ ବାପାଙ୍କର ଅନୁଶାସନ ଥିଲା କଠୋର। ତାଙ୍କ ବାପାଙ୍କର ଏହି କଠୋର ଅନୁଶାସନ ହେତୁ ଭୁପିନ୍ଦର ସଙ୍ଗୀତକୁ ଚିଡିବାରେ ଲାଗିଲେ। କିନ୍ତୁ ସମୟ ଗଡିବା ସହିତ ସଙ୍ଗୀତ ପ୍ରତି ତାଙ୍କର ଇଚ୍ଛା ବଢିବାକୁ ଲାଗିଲା। ଏବଂ ତାଙ୍କ ଭିତରେ ସଙ୍ଗତକୁ ନେଇ ପ୍ରେମ ଜାଗ୍ରତ ହୋଇଥିଲା। ଏହାପରେ ସେ ଦେଶର ପ୍ରସିଦ୍ଧ ଗଜଲ ଗାୟକନାମରେ ପରିଚୟ ସୃଷ୍ଟି କରିଥିଲେ।

ଭୁପେନ୍ଦ୍ରର ସିଂଙ୍କ ଗାଇଥିବା ଗୀତଗୁଡିକ ଲୋକମାନଙ୍କ କାନକୁ ଆନନ୍ଦ ଦେଇଥାଏ। ‘ନାମ ଗୁନ ଜାଏଗା’, ‘କଭି କିସି କୋ ମୁକମଲ ଜହାଁ ନହିଁ ମିଲତା’, ‘ଦରୋ ଦିବାର ପେ ହସରତ ସେ ନଜର କରତେ ହେଁ’, ‘ଖୁସ ରହୋ ଅହଲେ ୱତନ ହମ ତୋ ସଫର କରତେ ହେଁ’, ଭଳି ଗୀତ ଗୁଡିକୁ ଗାଇବା ସମୟରେ ଭୁପିନ୍ଦର ସିଂ ସର୍ବଦା ମନେପଡିବେ। ‘ମେରୀ ଆୱାଜ ଭି ପେହେଚାନ ହେ’, କୁ ଭୁପିନ୍ଦର ସିଂ ମଧ୍ୟ ତାଙ୍କର ସ୍ୱର ଦେଇଥିଲେ। ଏହି ଗୀତରୁ  ଭୁପିନ୍ଦରଙ୍କୁ ପରିଚୟ ମିଳିଥିଲା।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *