ମମତା ଓ ଭଲପାଇବା ଆଗରେ ବଡ଼ ହୋଇଗଲା ମନୋମାଳିନ୍ୟ। ୫ ବର୍ଷରେ ମିଳିଥିବା ପ୍ରେମକୁ ନଜର ଲାଗିଗଲା ଅଢ଼େଇ ବର୍ଷରେ। ପୁରା ପରିବାର ଉଜୁଡ଼ିଗଲା। ପ୍ରେମ ବିବାହର କରୁଣ ପରିଣତି ରାଜସ୍ଥାନର ବିଜନୌରରୁ ଆସିଛି। ୫ ଦିନ ଭିତରେ ସ୍ୱାମୀ ସ୍ତ୍ରୀ ଓ ଦେଢ଼ ବର୍ଷର ପୁଅ ସହ ଗଙ୍ଗାରେ ଡେଇଁ ଜୀବନ ହାରିଦେଲେ। ବିଏସଏଫ ଜବାନ ରାହୁଲଙ୍କ ପତ୍ନୀ ୫ ଦିନ ତଳେ ଗଙ୍ଗାରେ ବୁଡ଼ି ଜୀବନ ହାରିଥିଲେ। ଏଥିରେ ମର୍ମାହତ ହୋଇ ରାହୁଲ ନିଜ ଦେଢ଼ ବର୍ଷର ପୁଅକୁ ଧରି ଗଙ୍ଗାକୁ ଡେଇଁପଡ଼ିଲେ। ରାହୁଲ ଓ ମନୀଷା ଉଭୟ ଏକ ବିବାହ କାର୍ଯ୍ୟକ୍ରମରେ ପରସ୍ପରକୁ ଭେଟିଥିଲେ। ୫ ବର୍ଷ ଯାଏ ପ୍ରେମସମ୍ପର୍କ ପରେ ୨୦୨୩ରେ ବିବାହ କରିଥିଲେ ଦୁହେଁ। କିନ୍ତୁ ବିବାହର ଅଢ଼େଇ ବର୍ଷ ପରେ ମନୋମାଳିନ୍ୟ ପୁରା ଜୀବନକୁ ହିଁ ସମାପ୍ତ କରିଦେଲା। ଅଗଷ୍ଟ ୧୯ରେ ମନୀଷା ବିଜନୌର ବ୍ୟାରେଜ୍ ଗେଟ୍ ନମ୍ୱର ୧୭ରୁ ଗଙ୍ଗାକୁ ଡେଇଁପଡ଼ିଥିଲେ। ଆଉ ଅଗଷ୍ଟ ୨୪ରେ ରାହୁଲ ନିଜ ଦେଢ଼ବର୍ଷର ପୁଅ ପ୍ରଣବକୁ ନେଇ ସେହି ଗେଟରେ ଗଙ୍ଗାକୁ ଡେଇଁପଡ଼ିଲେ। ମନୀଷାଙ୍କ ଏଭଳି ଚରମ ପଦକ୍ଷେପ ପରେ ରାହୁଲ ନିରନ୍ତର ବ୍ୟାରେଜ୍ ପାଖକୁ ଯାଇ କାନ୍ଦୁଥିଲେ। କିନ୍ତୁ ଶ୍ୱଶୁର ଯେତେବେଳେ ଉତ୍ପୀଡ଼ନ ମାମଲାର ଆରୋପ ଲଦିଥିଲେ। ଏଥିରେ ଭାଙ୍ଗିଯାଇଥିଲେ ରାହୁଲ। ଆଉ ଏଥିରେ ରାହୁଲ ଏଭଳି ପଦକ୍ଷେପ ନେଲେ। କୁହାଯାଉଛି ମନୋମାଳିନ୍ୟ କାରଣରୁ ଦେଢ଼ ବର୍ଷ ହେଲା ଶ୍ୱଶୁର ଘରକୁ ଯାଇନଥିଲେ ରାହୁଲ। ମନୀଷା ୫ ଦିନ ତଳେ ଘରକୁ ଯାଇ ଆଉ ଘରକୁ ଫେରିବେନି ବୋଲି କହିଥିଲେ ମାଆଙ୍କୁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now