ବ୍ଲାକମେଲିଂ ଓ କପିରାଇଟ ମାମଲା- ୟୁଟ୍ୟୁବର ବନାମ ଏଏନଆଇ

ୟୁଟ୍ୟୁବର ମୋହକ ମଙ୍ଗଲଙ୍କ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟ ଗଲା ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇ। ଏହା ସହ ଭିଡିଓକୁ ସେୟାର କରିଥିବା କୁନାଲ କାମରା ଓ ମହମ୍ମଦ ଜୁବୈରଙ୍କ ବିରୁଦ୍ଧରେ ବି ଅଦାଲତର ଦ୍ୱାରସ୍ଥ ହୋଇଛି। ନିକଟରେ ୟୁଟ୍ଯୁବ ଭିଡ଼ିଓରେ ଏଏନଆଇ ବିରୁଦ୍ଧରେ ଆପତ୍ତିଜନକ ଓ ଅପମାନଜନକ ମନ୍ତବ୍ୟ ଦେଇଥିଲେ ମୋହକ ବୋଲି ଏଏନଆଇ ପିଟିସନରେ ଉଲ୍ଲେଖ କରିଛି। ଡିଅର ଏଏନଆଇ ଭିଡିଓ ଟାଇଟଲରେ ମୋହକ କରିଥିବା ପୋଷ୍ଟରେ ୫.୫ ମିଲିୟନ ଭ୍ୟୁ ହୋଇଥିଲା। କମେଡ଼ିଆନ କୁନାଲ କାମରା, ଅଲଟ ନ୍ୟୁଜ ସହପ୍ରତିଷ୍ଠାତା ମହମ୍ମଦ ଜୁବୈର ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏହାକୁ ସେୟାର କରିଥିବାରୁ ସେମାନଙ୍କୁ ବି ପକ୍ଷଭୁକ୍ତ କରିଛି ଏଏନଆଇ। ମଙ୍ଗଲ ନିଜର ୟୁଟ୍ୟୁବ ଭିଡିଓରେ ଆରୋପ ଲଦିଥିଲେ ଯେ, ନିଜର ପବ୍ଲିସ୍ ହୋଇଥିବା କଣ୍ଟେଣ୍ଟରେ କପିରାଇଟ୍ ଧମକ ଦେଉଛି ଏଏନଆଇ। ଲୋକଙ୍କୁ ପଣବନ୍ଦୀ କରି ସେମାନଙ୍କୁ ବ୍ଲାକମେଲିଂ କରି ଟଙ୍କା ଆଦାୟ କରୁଛି। କେବଳ ଏତିକି ନୁହେଁ। ମଙ୍ଗଲ ସମସ୍ତ ସଦସ୍ୟଙ୍କୁ ଅପିଲ୍ କରିଥିଲେ ଯେ, ଏଏନଆଇକୁ ଅନ-ସବସ୍କ୍ରାଇବ କର। ତେବେ ଏଏନଆଇ ଦାବି କରିଥିଲା ଯେ, ମଙ୍ଗଲ ଉଦେଶ୍ୟମୂଳକ ଭାବେ ଏଏନଆଇ ସହ ତାଙ୍କର ହୋଇଥିବା ଯୋଗାଯୋଗକୁ ବିଭ୍ରାନ୍ତ ଢଙ୍ଗରେ ଉପସ୍ଥାପନ କରୁଛନ୍ତି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ଏଏନଆଇ ଓ ଏହାର କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି। ଏହା ଏଏନଆଇର ସ୍ୱଛତା ଓ ଭାବମୂର୍ତ୍ତିକୁ ଆଞ୍ଚ ଆଣୁଛି। ଏପରିକି ଥମ୍ୱନେଲ୍ ଓ ପ୍ରିଭ୍ୟୁର ଟ୍ରେଡମାର୍କକୁ ବିଭିନ୍ନ ପ୍ଲାଟଫର୍ମରେ ଅପମାନଜନକ ଭାବେ ପ୍ରସାରିତ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *