ସାଢେ ୫ଟା ପୂର୍ବରୁ କ୍ୟାମ୍ପସ ଛାଡ଼-ଘଣ୍ଟାକରେ ପ୍ରତ୍ୟାହୃତ

ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଆତ୍ମାହୁତି ଘଟଣା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଜାରି କରିଛି ନିର୍ଦେଶନାମା । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କଟକଣା ଲଗାଯାଇଛି ।ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପିକାଙ୍କ ପାଇଁ କଟକଣା। ଅପରାହ୍ନ ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ କିମ୍ବା ଅଧ୍ୟାପିକା କିମ୍ବା ଛାତ୍ରୀମାନେ କଲେଜ କ୍ୟାମ୍ପସରେ ରହିପାରିବେ ନାହିଁ ।ଅତି ଜରୁରୀ ସ୍ଥିତିରେ ବିଭାଗୀୟ ମୁଖ୍ୟଙ୍କ ଅନୁମତି ନେଇ କାମ କରିପାରିବେ ।

ରେଭେନ୍ସା ଆଣ୍ଟି ରାଗିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ମହିଳାଙ୍କ କାର୍ଯ୍ୟ ଅବଧି ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ପରବର୍ତ୍ତୀ ନିର୍ଦେଶନାମା ଆସିବା ପର୍ଯ୍ୟନ୍ତ ବିଧିବଦ୍ଧ ଏହି କଟକଣା ଜାରି ରହିବ ବୋଲି ନିର୍ଦେଶ ଥିବାବେଳେ ଘଣ୍ଟାକ ମଧ୍ୟରେ ଏହା ପୁଣି ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ତେବେ କାହିଁକି ନିର୍ଦେଶନାମା ପ୍ରତ୍ୟାହୃତ ହେଲା ସେ ନେଇ କୌଣସି ସ୍ପଟିକରଣ ଦେଇନାହାନ୍ତି କର୍ତୃପକ୍ଷ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *