ହିନ୍ଦୁ ପରମ୍ପରାରେ ବିବାହ କହିଲେ ପଣ୍ଡିତ ମନ୍ତ୍ର ପଢ଼ିଥାନ୍ତି । ସାହାନାଇ ବାଜିଥାଏ ।ଏବଂ ଅଗ୍ନିକୁ ସାକ୍ଷୀ ରଖି ଦମ୍ପତି ବିବାହରୂପକ ପବିତ୍ର ବନ୍ଧନରେ ବାନ୍ଧି ହୋଇଥାନ୍ତି । କିନ୍ତୁ ଏମିତି ଏକ ବିବାହ ହୋଇଛି ,ଯାହା ଜଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଘଟଣା ଛତିଶଗଡ ଜଗଦଲପୁର ଜିଲ୍ଲାର କାପୁ ଗାଁରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । ସେଠାରେ ଏକ ଦମ୍ପତି ହିନ୍ଦୁ ଧର୍ମର ପାରମ୍ପରିକ ରୀତିନୀତିକୁ ପାଳନ କରିବା ବଦଳରେ ଭାରତର ସମ୍ବିଧାନକୁ ସାକ୍ଷୀ ରଖି ବିବାହ କରିଛନ୍ତି ।
ସୂଚନା ଅନୁଯାୟୀ ,ଡିସେମ୍ବର ୧୮ ତାରିଖରେ ସେମାନଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ସମୟରେ ବ୍ୟାଣ୍ଡ ବାଜା ବାଜିନଥିଲା କି ପୁରୋହିତଙ୍କର ମନ୍ତ୍ରୋଚ୍ଚାରଣ ଶୁଭିନଥିଲା । ସ୍ନାତକ ଯାଏ ପଢ଼ିଥିବା ବର ଇମାନ ଲହରେ ଓ କନ୍ୟା ପ୍ରତିମା ଭାରତୀୟ ସମ୍ବିଧାନକୁ ହାତରେ ଧରି ପରସ୍ପରକୁ ଫୁଲମାଳ ପିନ୍ଧାଇଥିଲେ ।ଆଜୀବନ ପରସ୍ପରର ଜୀବନସାଥୀ ହୋଇ ରହିବାକୁ ଶପଥ ନେଇଥିଲେ । ଏହି ସମୟରେ ସମ୍ବିଧାନର ପ୍ରଣେତା ବି.ଆର ଆମ୍ବେଦକରଙ୍କର ଫଟୋ ଆଗରେ ଫୁଲମାଳ ଦେଇ ବିବାହ କରିବା ପରେ ବିଆର ଆମ୍ମବେଦକରଙ୍କର ଫୋଟୋ ବଣ୍ଟନ କରାଯାଇଥିଲା । ବର ଇମାନ କହିଛନ୍ତି, ଅଯଥା ଅର୍ଥ ଖର୍ଚ୍ଚ କରି ପାରମ୍ପରିକ ବିବାହ ଉତ୍ସବ ଆୟୋଜନ କରିବାକୁ ଆମର ଇଚ୍ଛା ନଥିଲା । ତା’ ବଦଳରେ ଆମେ ସମ୍ବିଧାନକୁ ସାକ୍ଷୀ କରି ବିବାହ ବନ୍ଧନରେ ବାନ୍ଧିହେବାକୁ ମନସ୍ଥ କରିଥିଲୁ । ଆମ ପରିବାର ସହିତ ବନ୍ଧୁବାନ୍ଧବମାନେ ମଧ୍ୟ ଆମର ଏଭଳି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now