ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବିରାଶାଳ ଗାଁ ଶିବ ମନ୍ଦିର ନିକଟରୁ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିଛି କଙ୍କଡ଼ାହାଡ଼ ପୋଲିସ। କଣ୍ଟେନର ଭିତରେ ୧୮ ଗୋଟି ଗୋରୁ ଥିବା ସୂଚନା ରହିଛି। ଗୋରୁ ଗୁଡିକୁ ଉଦ୍ଧାର ପରେ ପ୍ରାଣୀ ଚିକିତ୍ସକଙ୍କ ସାହାଯ୍ୟରେ ଚିକିତ୍ସା କରାଯାଇଛି। ତେବେ ଗାଈ, ବଳଦ ସମେତ ଅନେକ ଷଣ୍ଢ ରହିଥିବା ଦେଖିବାକୁ ମିଳିଛି। ଏଗୁଡିକ କଙ୍କଡ଼ାହାଡ଼ ଅଂଚଳରୁ ଝାଡଖଣ୍ଡ ଅଂଚଳକୁ ଗୋଚାଲାଣ କରୁଥିବା ବେଳେ ମାଡି ବସିଥିଲା ପୋଲିସ। ତେବେ କଣ୍ଟେନର ଡ୍ରାଇଭର ଏବଂ ଗୋମାଫିଆ ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡିଛି। ଯାହାକୁ ନେଇ ତନାଘନା କରି ଦେଇଛି କଙ୍କଡ଼ାହାଡ଼ ପୋଲିସ।
Naxatra News is now on Whatsapp
Join and get latest news update delivered to you via whatsapp
Join Now