ନିର୍ବାଚନୀ ସଂସ୍କାର ନେଇ ଲୋକସଭାରେ ବଡ଼ ବିତର୍କ। ମତଦାନର ହକ୍, ମତଦାନକୁ ବିଭ୍ରାନ୍ତ, ଇଭିଏମର ବିଶ୍ୱସନୀୟତା, ଭୋଟର ତାଲିକାରେ ନାଁ, ଚାନ୍ଦା ଉପରେ ଲଗାମ, ଅର୍ଥ ଓ ବାହୁବଳକୁ ରୋକ୍ ଓ ସର୍ବୋପରି ନିର୍ବାଚନ କମିଶନଙ୍କ ନିରପେକ୍ଷତା ଆଦି ଅନେକ ଦିଗକୁ ନେଇ ହୋଇଛି ସରଗରମ ଆଲୋଚନା। ଗଲା ୭୮ ବର୍ଷରେ ସବୁଠୁ ବଡ଼ ନିର୍ବାଚନୀ ସଂସ୍କାର ଯଦି କିଏ ଆଣିଛନ୍ତି, ସେ ହେଉଛନ୍ତି ରାଜୀବ ଗାନ୍ଧୀ। ଯିଏ ମତଦାନ ଅଧିକାରର ବୟସ ୨୧ରୁ ହ୍ରାସ କରି ୧୮ କରିଥିଲେ। ନିର୍ବାଚନ କମିଶନ ଚୟନରେ ଦେଶର ପ୍ରଧାନ ବିଚାରପତି, ଲୋକସଭାର ବିରୋଧୀ ଦଳ ନେତାଙ୍କୁ ବି କମିଟିରେ ରଖାଯିବାକୁ ପ୍ରସ୍ତାବ ଦେଇଛନ୍ତି ମନୀଷ ତିଓ୍ୱାରୀ। ଏସଆଇଆର ବନ୍ଦ ହେଉ। ନିର୍ବାଚନ ପୂର୍ବରୁ ଡାଇରେକ୍ଟ କ୍ୟାସ୍ ଟ୍ରାନ୍ସଫରକୁ ରୋକାଯାଉ। ଯଦି ଇଭିଏମରେ ସବୁକିଛି ଠିକ୍ ଚାଲିଛି। ତାହେଲେ ୬ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ବାଲଟ ପେପରରେ କରାଯାଉ। ସବୁ ସ୍ପଷ୍ଟ ହୋଇଯିବ। ନିର୍ବାଚନ ପୂର୍ବରୁ ଲୋକଙ୍କ ଖାତାକୁ ଟଙ୍କା ପଠାଯାଉଛି। ଏହା କିଭଳି ଲୋକତନ୍ତ୍ର। ଇସିଆଇଙ୍କ ନିରପେକ୍ଷତାକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ସପା ସାଂସଦ ଅଖିଳେଶ ଯାଦବ। ଇଭିଏମ ହଟାଇ ବାଲଟରେ ନିର୍ବାଚନ କର। ଏସଆଇଆର ଆଳରେ ଭିତରିଆ ଏନସିଆର କାମ ଚାଲୁଛି। ଏସଆଇଆର ପାଇଁ ବିଏଲଓଙ୍କ ଜୀବନ ଯାଉଛି। ନିର୍ବାଚନ କମିଶନ ନିର୍ଦ୍ଦିଷ୍ଟ ଦଳ ବା ଗୋଷ୍ଠୀର ହୋଇ ରୁହନ୍ତୁନି। ନେଗେଟିଭ କ୍ୟାମ୍ପେନ ଉପରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି ବିଜେପି। ଇଲେକ୍ଚୋରାଲ ବଣ୍ଡରେ କିଏ ଦଳଗୁଡ଼ିକୁ ଚାନ୍ଦା ଦେଉଛି। ସଂସ୍କାର ସେତେବେଳେ ସମ୍ଭବ, ଯେତେବେଳେ ନିର୍ବାଚନ କମିଶନ ନିରପେକ୍ଷ ରହିବେ। ଲୋକସଭାରେ ଏହି ପ୍ରସଙ୍ଗରେ ବିତର୍କ ପୂର୍ବରୁ ବିହାର ନିର୍ବାଚନରେ ବିପୁଳ ବିଜୟ ଲାଗି ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଆଉ ଲୋକସଭା ବିତର୍କରେ ବିଜେପି ସାଂସଦ ସଞ୍ଜୟ ଜୟସଓ୍ୱାଲ କହିଛନ୍ତି, ଓ୍ୱାନ ନେସନ- ଓ୍ୱାନ ଇଲେକ୍ସନରେ ବିଜେପିକୁ ଫାଏଦା ହେବ ବୋଲି ଭ୍ରାନ୍ତିରେ ଅଛନ୍ତି ବିରୋଧୀ ଦଳ। ପ୍ରଧାନମନ୍ତ୍ରୀ ୧୨ ବର୍ଷରେ ଦିନେ ବି ବିଶ୍ରାମ ନେଇନାହାନ୍ତି। ଗୃହମନ୍ତ୍ରୀ ଅମିତ ଶାହା କେବେ ବି ବିଦେଶ ଗସ୍ତ କରିନାହାନ୍ତି। ବିଦେଶ ଗସ୍ତରେ ଭୋଟ ବଢ଼େନା। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପଡ଼ିଆକୁ ଓହ୍ଲାଇଲେ ବିରୋଧୀ କ୍ଲିନ୍ ବୋଲଡ ହେଉଛନ୍ତି। ଆଉ ଦୋଷ ଏସଆଇଆର, ଭୋଟ ଚୋରୀକୁ ଦେଉଛ। ସୁଧାର, ସଂସ୍କାର ଓ ଉତ୍ତରଦାୟିତ୍ୱ ପ୍ରତି ବିଜେପି ସଂକଳ୍ପବଦ୍ଧ। କେଉଁଠି କେମିତି ଭୋଟ ଚୋରୀ କଂଗ୍ରେସ କରିଛି, ତାହାର ହିସାବ ରଖିଥିଲେ ସଞ୍ଜୟ। ୧୯୪୭ରେ ଭୋଟ ଚୋରି କରି ପଟେଲଙ୍କୁ ବଞ୍ଚିତ କରି ନେହେରୁଙ୍କୁ ପ୍ରଧାନମନ୍ତ୍ରୀ କରିଦିଆଗଲା। ନିର୍ବାଚନୀ ସଂସ୍କାର ନେଇ ଲୋକସଭାରେ ଦୁଇ ଦିନିଆ ଚର୍ଚ୍ଚା ଆରମ୍ଭ ହୋଇଛି। ଏସଆଇଆର ବିରୁଦ୍ଧରେ କ୍ରମାଗତ ହଙ୍ଗାମା କରୁଥିଲେ ବିରୋଧୀ। ଏସଆଇଆର ଉପରେ ଆଲୋଚନା ଚାହୁଁଥିଲେ ବିରୋଧୀ। କିନ୍ତୁ ସରକାର ଏସଆଇଆର ଚର୍ଚ୍ଚାକୁ ମନା କରିଥିଲେ। ନିର୍ବାଚନ ଆୟୋଗ ଏକ ସ୍ୱତନ୍ତ୍ର, ସ୍ୱାୟତ୍ତ ଓ ସାମ୍ୱିଧାନିକ ସଂସ୍ଥା ଅଟେ। କିନ୍ତୁ ଏହା ସହ ଜଡ଼ିତ ନିର୍ବାଚନୀ ସଂସ୍କାର ଉପରେ ଆଲୋଚନା ଲାଗି ପ୍ରସ୍ତାବ ଦେଇଥିଲେ ସରକାର।
Naxatra News is now on Whatsapp
Join and get latest news update delivered to you via whatsapp
Join Now