ସର୍ଟ ସର୍କିଟରୁ ଜଳିଗଲା ଭଡା ଘର

ପାଉଁଶ ତଳୁ ସାଉଁଟୁଛି ଅଭାଗିନୀ ଚାନ୍ଦ  ସୁଭଦ୍ରା ଯୋଜନାର ଟଙ୍କା । ଭଡା ଘରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ସବୁ ଜଳିପୋଡି ନଷ୍ଟ ହୋଇଯାଇଛି ଚାନ୍ଦ ବିବିର ସ୍ୱପ୍ନ । ଛୋଟ ପୁଅର ପାଠପଡା ବହିପତ୍ର ସହ ଦୁଇଜଣଙ୍କର ଲୁଗାପଟା , ସୁଭଦ୍ରା ଯୋଜନାରେ ପାଇଥିବା ଟଙ୍କା ସହ ନଗଦ ୪୫ହଜାର ଟଙ୍କା ଓ ଘରର ଆସବାବପତ୍ର ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁଯାୟୀ ଜଗତସିଂହପୁର ପୋୖରାଞ୍ଚଳ ଜୟବଡ଼ ଗ୍ରାମରେ ଭଡା ରହୁଥିବା ବିଧବା ଚାନ୍ଦ ବିବିର ଭଡା ଘରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ସବୁକିଛି ପାଉଁଶ ହୋଇଯାଇଛି ।ଗତକାଲି ଚାନ୍ଦ ମୂଲଲାଗି ଯାଇଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି । ସର୍ଟ ସର୍କିଟ ଯୋଗୁ ଘର ନିଆଁଲାଗିଥିବା ସମୟରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ନିଆଁର ପରିମାଣ ଏତେ ଭୟଙ୍କର ଥିଲା ଯେ ତାହାକୁ ଆୟତ୍ତ କରିବା ସମ୍ଭବପର ନ ଥିଲା । ପରେ ଅଗ୍ନିଶମବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା ।

ରମଜାନ ମାସରେ ମୁସଲିମ ସମ୍ପ୍ରଦାୟଲୋକେ ଓଷା ରଖି ଖୁସି ମନାଉଥିବା ବେଳେ ବର୍ତ୍ତମାନ ଚାନ୍ଦ ବିବି ତାର ଛୋଟ ପୁଅକୁ ଧରି ଏଘର ସେଘର ବୁଲି ମୁଣ୍ଡ ଗୁଞ୍ଜୁଛନ୍ତି । ଦୁଃଖର ବିଷୟ ଚାନ୍ଦ ବିବି ନିକଟକୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ଯାଇନାହାନ୍ତି । ଖବର ପାଇ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଓ ଜିଲ୍ଲା ସଂଖ୍ୟାଲଘୁ ଫାଉଣ୍ଡେସନର କର୍ମକର୍ତ୍ତା ପହଞ୍ଚି ରାସନ ସହ କିଛି ଆର୍ଥିକ ସାହାର୍ଯ୍ୟ କରିଛନ୍ତି । ଏଭଳି ଦୁଃଖଦାୟକ ପରିସ୍ଥିତିରେ ଥିବା ଚାନ୍ଦ ବିବିକୁ ସରକାରୀ ସହାୟତା ପାଇଁ  ସର୍ବସାଧାରଣରେ ଦାବି ହେଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *