ବନ୍ୟାରେ ଉବୁଟୁବୁ ଆସାମ

Spread the love

ବନ୍ୟାରେ ଉବୁଟୁବୁ ଆସାମ। ବନ୍ୟା ଜଳରେ ଫସି ରହିଛନ୍ତି ଲକ୍ଷ ଲକ୍ଷ ଲୋକ। ବନ୍ୟା ଓ ଭୂସ୍ଖଳନରେ ଅସ୍ଥିର ହୋଇପଡିଛି ପୂର୍ବୋତ୍ତର ରାଜ୍ୟ। ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୫୫ ଲକ୍ଷ ଲୋକ ବନ୍ୟା ଜଳରେ ପ୍ରଭାବିତ ହୋଇ ରହିଛନ୍ତି। ଆସାମରେ ବନ୍ୟା ଦୁର୍ଦ୍ଦଶା ଏପର୍ଯ୍ୟନ୍ତ କମିନି। ବନ୍ୟା ଯୋଗୁଁ ୩୨ ଟି ଜିଲ୍ଲାର ୪ ହଜାର ୯୪୧ ଟି ଗାଁ ପ୍ରଭାବିତ ହୋଇଛି। ଏବେ ବି ପାଣି ଘେରରେ ଲକ୍ଷ ଲକ୍ଷ ଲୋକ। ଏହା ସହ ବହୁ ଧନ ଜୀବନ କ୍ଷୟ କ୍ଷତି ହୋଇଛି। ଏହି ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ବୃଦ୍ଧା, ମହିଳା,ଶିଶୁ ଏବଂ ରୋଗୀ। ଏଭଳି ଜଳପୂର୍ଣ୍ଣ ଥିବା ଅଞ୍ଚଳକୁ ନା କେହି ଯାଇ ପାରୁଛନ୍ତି ନା କେହି ଆସିପାରୁଛନ୍ତି। ଏଠାରେ ଯାତାୟାତ ପାଇଁ ଭରସା ପାଲଟିଛି ଡଙ୍ଗା।
ଏହା ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି।

ଏଠାରେ ମନ୍ତ୍ରୀଙ୍କ ମାନବିକତା ଦେଖିବା ପାଇଁ ମିଳିଛି। ଆପଣମାନେ ଦେଖି ପାରୁଥିବେ କି, ଆସାମର ପରିବହନ ମନ୍ତ୍ରୀ ପରିମଳ ସୁକ୍ଲବୈଦ୍ୟ ବନ୍ୟା ପାଣିରେ ଏକ ଛୋଟ ଡଙ୍ଗା ଚଳାଇ ଜଣେ ରୋଗୀଙ୍କୁ ହସ୍ପିଟାଲ ନେଇଯାଉଛନ୍ତି। ଏହା ସହ ଭିଡିଓରେ କିଛି ଲୋକ ପାଣିରେ ପହଁରି ମନ୍ତ୍ରୀଙ୍କ ସହ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି। ଆସମାର ଅଧିକାଂଶ ଜିଲ୍ଲାରେ ବ୍ରହ୍ଣପୁତ୍ର ଓ ବାରକା ନଦୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ତେବେ ରାଜ୍ୟର ଅଧିକାଂଶ ଲୋକେ ବନ୍ୟା ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି।

ବର୍ଷା କମିବା ପରେ ଆସାମରେ ଅନେକ ଅଞ୍ଚଳରେ ଜଳସ୍ତର ମଧ୍ୟ କମିଛି। ସୂଚନାଯୋଗ୍ୟ, ପରିବହନ ମନ୍ତ୍ରୀ ଲଗାତାର ଭାବେ ବନ୍ୟା ଅଞ୍ଚଳଗୁଡିକ ବୁଲି ସମୀକ୍ଷା କରୁଛନ୍ତି। ସେ କଛାରର ସିଲଚରରେ ରହି ସ୍ଥିତି ଉପରେ ନଜର ରଖୁଛନ୍ତି।ମିଡିଆ ରିପୋର୍ଟ ଅନୁଯାୟୀ, ଆସମ ସରକାରଙ୍କ ତଥ୍ୟ ଅନୁସାରେ ୩୦ ଜିଲ୍ଲାର ୪୫.୩୪ ଲକ୍ଷ ଲୋକ ଏବେବି ପାଣିଘେରରେ ରହିଛନ୍ତି। ବନ୍ୟାରେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ବାରପେଟା ଜିଲ୍ଲା । ସେପଟେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *