ସୁରକ୍ଷିତ ରହୁ ମଣିଷର ଅଧିକାର

ପ୍ରତିବର୍ଷ ଡିସେମ୍ୱର ୧୦ରେ ଆମେ ପାଳନ କରୁଛି ମାନବିକ ଅଧିକାର ଦିବସ ।ମିଳିତ ଜାତିସଂଘ ୧୯୪୮ରୁ ଏ ଦିଗରେ କାମ କରି ଆସିଛି । ୨୦୨୩ ରେ ମାନବାଧିକାର ଘୋଷଣାନାମାକୁ ୭୫ ବର୍ଷ ପୁରିଥିଲା । ଏଥର ୭୬ତମ ବର୍ଷ ପାଳନ ବେଳେ ମଧ୍ୟ ମାନବିକ ଅଧିକାରର ସୁରକ୍ଷା ଆହ୍ୱାନ ହୋଇଛି । ଅଧିକାର ସମ୍ପର୍କରେ ସଚେତନତା ପାଇଁ ଉଦ୍ୟମ ହେଉଛି । ମାନବିକ ଅଧିକାରର ସୁରକ୍ଷା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ମଧ୍ୟ । ବିଶ୍ୱର ବିଭିନ୍ନ ରାଷ୍ଟ୍ର ସହ ଭାରତ ସେଥିରେ ସହଯୋଗୀ ହୋଇଛି । ସମସ୍ତଙ୍କ ପାଇଁ ସମ୍ମାନ, ସ୍ୱାଧୀନତା ଓ ନ୍ୟାୟ ଏ ଦିବସର ସଂକଳ୍ପ। ୧୯୯୩ରେ ଜାତୀୟ ମାନବାଧିକାର ଆୟୋଗ ଗଠନ ହୋଇଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ, ଜୀବିକା ମାନବାଧିକାର ପରିସରଭୁକ୍ତ ଗୋଟିଏ ଗୋଟିଏ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ । ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସମାନତା ପ୍ରତି ମଣିଷର ଅଧିକାର । ମର୍ଯ୍ୟଦାରେ ଜୀବନ ନିର୍ବାହ କରିବା ପାଇଁ ସୁଯୋଗ ଦେବା ରାଷ୍ଟ୍ରର ଦାୟିତ୍ୱ । ସମୟ ସହ ମାନବିକ ଅଧିକାରର ପରିଭାଷା ଓ ପରିସୀମା ବ୍ୟାପକ ହୋଇଛି । ଖାଦ୍ୟ, ବସ୍ତ୍ର, ବାସଗୃହ, ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ସହ ଯୋଡ଼ି ହୋଇ ଯାଇଛି ପ୍ରଦୂଷଣମୁକ୍ତ ପରିବେଶ । ସୁସ୍ଥ ପରିବେଶରେ ରହିବା ମଧ୍ୟ ମାନବ ଅଧିକାର ଅନ୍ତର୍ଭୁକ୍ତ । ଲିଙ୍ଗଗତ ବିଭେଦ ଓ ଜାତି ଭିତ୍ତିରେ ନିର୍ଯାତନା ଆହ୍ୱାନ ହୋଇଛି । ଶିଶୁ, ମହିଳା, ସମଲିଙ୍ଗୀଙ୍କ ଅଧିକାର ବିଭିନ୍ନ ଭାବେ କ୍ଷୁର୍ଣ୍ଣ ହେଉଛି । ଏବେ ମଧ୍ୟ ବିଭିନ୍ନ କାରଣକୁ କେନ୍ଦ୍ର କରି ସାମାଜିକ ବାସନ୍ଦ କରାଯାଉଛି । ଜାତିଆଣ ମନ୍ତବ୍ୟ ଓ ଜାତିକୁ ଭିତ୍ତି କରି ଶୋଷଣ ବଢିଛି । ଜେଲ ସୁଧାରିବା ସ୍ଥାନ ନହୋଇ ଅଭିଯୁକ୍ତକୁ ଅପରାଧୀ କରୁଛି । ଦେଶର ବିଭିନ୍ନ ସ୍ଥାନରେ ଦଳିତ, ପଛୁଆ, ଆଦିବାସୀ ଅବହେଳିତ ହେଉଛନ୍ତି । ସେମାନଙ୍କ ସାମାଜିକ ଓ ଆର୍ଥୀକ ସ୍ଥିତିରେ ସୁଧାର ଆସିନାହିଁ । ଛାଇ ପଡିଲେ ଛୁଆଁ ହୋଇଯିବା ଭଳି ମାନସିକତା ବି ବଦଳିନାହିଁ । ତଥାପି ମାନବିକ ଅଧିକାର ଅଛି ତେଣୁ ଅନେକ ପ୍ରସଙ୍ଗରେ ବ୍ୟବସ୍ଥାକୁ ଉତ୍ତରଦାୟୀ କରାଯାଇ ପାରୁଛି ।ପ୍ରତି ବର୍ଷ ଭଳି ଏଥର ମଧ୍ୟ ନିର୍ଦ୍ଧିଷ୍ଟ ଥିମ୍ ସହ ଦିବସ ପାଳନ ହେଉଛି । ଏଥରର ବାର୍ତ୍ତା ହେଉଛି, ଆୱାର୍ ରାଇଟ୍, ଆୱାର ର୍ଫ୍ୟୁଚର, ରାଇଟ୍ ନାଓ । ଆମ ଅଧିକାର, ଆମ ଭବିଷ୍ୟତ ଏହି କ୍ଷଣି ମିଳିବା ପରିପ୍ରେକ୍ଷୀରେ ଏଭଳି ବାର୍ତ୍ତା ଦିଆଯାଇଛି ।ମାନବିକ ଅଧିକାରର ସୁରକ୍ଷା ଏକ ନିରନ୍ତର ଆବଶ୍ୟକତା । ଏହି ସଂକଳ୍ପ ନେଇ କାମ କରିବା ଦିଗରେ ଅଗ୍ରସର ହେବାକୁ କୁହାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *