ବିବାହ ବନ୍ଧନରେ ବାନ୍ଧି ହେଲେ ଜିତ ଓ ଦିଭା

ଆଦାନୀ ଗ୍ରୁପ ମୁଖ୍ୟ ଗୌତମ ଆଦାନୀଙ୍କ ସାନ ପୁଅ ଜିତ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅହମଦାବାଦରେ ଦିଭା ଶାହଙ୍କ ସହ ତାଙ୍କ ବିବାହ ହୋଇଛି । ପରିବାର ଏବଂ ଘନିଷ୍ଠ ବନ୍ଧୁକ ଉପସ୍ଥିତିରେ ପାରମ୍ପାରିକ ରୀତିନୀତିରେ ବିବାହ ଶେଷ ହୋଇଛି । ଗୌତମ ଆଦାନୀ ନିଜ ସାନ ପୁଅର ବିବାହରେ ୧୦ ହଜାର କୋଟି ଟଙ୍କା ଦାନ କରିବା ନେଇ ପ୍ରତିଶୃତି କରିଛନ୍ତି । ଏହି ଦାନ ସ୍ବାସ୍ଥ୍ୟ ଶିକ୍ଷା ଏବଂ କୌଶଳ ବିକାଶ କ୍ଷେତ୍ରରେ ହେବ ।

ଗୌତମ ଆଦାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିବାହ ସମୟର ଫଟୋ ସେୟାର କରିଛନ୍ତି । ଏହାସହ ସେହି ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ଯେଉଁମାନଙ୍କୁ ବିବାହ ପାଇଁ ଆମନ୍ତ୍ରଣ କରିପାରିନାହାନ୍ତି । ଗୌତମ ଆଦାନୀ କହିଛନ୍ତି ପରମପିତା ପରମେଶ୍ବର ଆଶୀର୍ବାଦରୁ ଜିତ ଏବଂ ଦୀବା ଆଜି ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *