ସାମ୍ବାଦିକଙ୍କୁ ମିଳିବ ନିର୍ମାଣ ଶ୍ରମିକ କାର୍ଡ଼

ସାମ୍ବାଦିକଙ୍କୁ ମିଳିବ ନିର୍ମାଣ ଶ୍ରମିକ କାର୍ଡ଼ । କେନ୍ଦୁଝରରେ ଏହା କହିଛନ୍ତି ଜଙ୍ଗଲ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ନିର୍ମାଣ ଶ୍ରମିକ ଙ୍କ ସହ, ଏଥିରେ ଶହେଟି ବୃତ୍ତିର ବ୍ୟକ୍ତିମାନଙ୍କୁ ସାମିଲ୍ କରାଯାଉଥିବା ବେଳେ, ଏହି କାର୍ଡ଼ ପାଇବା ପାଇଁ ସାମ୍ବାଦିକ ଓ ଖବର କାଗଜ ବାଣ୍ଟୁଥିବା ହକର୍ ମାନେ ମଧ୍ୟ ଆବେଦନ କରି ପାରିବେ ବୋଲି କହିଛନ୍ତି ମନ୍ତ୍ରୀ । ସାମ୍ବାଦିକ ଓ ସମ୍ବାଦପତ୍ର ହକର୍ ମାନେ ଶ୍ରମ ବିଭାଗରୁ ଏହି କାର୍ଡ଼ କରାଇ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । କେନ୍ଦୁଝରରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହା କହିଛନ୍ତି ମନ୍ତ୍ରୀ । ଏହି କାର୍ଡଧାରୀମାନଙ୍କର ସାଧାରଣ ମୃତ୍ୟୁରେ ୩ ଲକ୍ଷ ଓ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ସେ କହିଥିଲେ । ଏହି କାର୍ଡ଼ରେ ସାମିଲ୍ ହେବାକୁ ସାଢ଼େ ୩ କୋଟି ଲୋକ ଥିବା ବେଳେ, ଏବେ ମାତ୍ର ୫୦ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ସାମିଲ୍ କରାଯାଇପାରିଛି । ଆଗାମୀ ଦିନରେ ସମସ୍ତ ସାଢ଼େ ୩କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମନ୍ତ୍ରୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *