ୟୁପିର ହରଦୋଇରୁ ଆସିଛି ଆଶ୍ଚର୍ଯ୍ୟଚକିତ କଲା ଭଳି ଘଟଣା। ହରଦୋଇ ଜିଲ୍ଲାରେ ୩ ବର୍ଷ ପୂର୍ବରୁ ନିଜ ଝିଅକୁ ଜଣେ କିନ୍ନରଙ୍କ ପାଖରେ ଛାଡ଼ିଥିଲା ମାଆ। କିନ୍ତୁ ଏବେ ନିଜ ପାଖକୁ ନେବାକୁ ଆସିଥିଲା। ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ପୂଜା ତିଓ୍ୱାରୀ ନାମକ ମହିଳା ନିଜର ଦୁଇ ଝିଅଙ୍କୁ ବାଲାମାଉ ନିବାସୀ କିନ୍ନର ଚୁଲବୁଲି ଗୁରୁମାୟାଙ୍କୁ ଦେଇଥିଲେ। ୩ ବର୍ଷ ପରେ ଦୁଇ ଝିଅଙ୍କୁ ଘରକୁ ନେଇଯିବାକୁ ଚାହିଁବାରୁ ସୋସିଆଲ ମିଡିଆରେ ଭିଡ଼ିଓ କରି ଦୁଇ ଝିଅଙ୍କୁ ସେମାନଙ୍କ ମାଆଙ୍କୁ ଦେଇଛନ୍ତି କିନ୍ନର ଚୁଲବୁଲି। ଥାନା ଆଗରେ ହିଁ ଦୁଇ ଝିଅଙ୍କୁ ଦେଇଥିଲେ ଚୁଲବୁଲି। ତେବେ ଭିଡିଓ ଭାଇରାଲ ପରେ ପୁଲିସ ନିଜ ଆଡ଼ୁ ଏହାର ସଂଜ୍ଞାନ ନେଇଛି। ଥାନା ଆଗରେ ଏ ସବୁ ହୋଇଥିଲା ବେଳେ କୌଣସି ପୁଲିସ କର୍ମୀ ଉପସ୍ଥିତ ନଥିଲେ। ଏଭଳି ଅବହେଳା ପାଇଁ ସେଣ୍ଟ୍ରି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୈଫୟତ ମଗାଯାଇଛି। କେଉଁ ପରିସ୍ଥିତିରେ ଥାନା ସାମ୍ନାରେ ସଂପୃକ୍ତ କିନ୍ନର ଦୁଇ ଝିଅଙ୍କୁ ସେମାନଙ୍କ ମାଆକୁ ଦେଇ ଭିଡ଼ିଓ କରିଥିଲେ। ହସଖୁସିରେ ଦୁଇ ପିଲାଙ୍କୁ ନେଉଛନ୍ତି ପୂଜା। କିନ୍ତୁ ବିଧିବଦ୍ଧ ଭାବେ ଥାନାକୁ କୌଣସି ସୂଚନା ଦିଆଯାଇନଥିଲା। ଭବିଷ୍ୟତରେ ଦୁଇଟି ଝିଅର କୌଣସି ଭଲମନ୍ଦ ହେଲେ କିଏ ଦାୟୀ ରହିବ। ସେଥିଲାଗି ତଦନ୍ତ ଆରମ୍ଭ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now