ମନ କି ବାତ’ରେ ଓଡ଼ିଆ ପୁଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ମନ କି ବାତ’ରେ ଓଡ଼ିଆ ପୁଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା । ଓଡ଼ିଆ ଭାରୋତ୍ତୋଳକ ହର୍ଷବର୍ଦ୍ଧନ ସାହୁ ଖେଲୋ ଇଣ୍ଡିଆରେ ପଦକ ଜିତିଥିଲେ । ଚଳିତ ମାସ ସରିଥିବା ଖେଲୋ ଇଣ୍ଡିଆରେ ଓଡ଼ିଆ ପୁଅ ହର୍ଷବର୍ଦ୍ଧନ ସାହୁ ୪୯ କିଲୋ କାଟାଗୋରୀରେ ନୂଆ ରେକର୍ଡ କରିଥିଲେ । ୪୯ କିଗ୍ରା ବର୍ଗରେ ମୋଟ ୨୦୩ କିଗ୍ରା ଓଜନ ଉଠାଇ ସ୍ଵର୍ଣ୍ଣ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, “ସାରା ବିଶ୍ୱ ଆମ ଯୁବ ଖେଳାଳିଙ୍କ ପ୍ରତିଭାକୁ ଦେଖିଲେ । ଭାରୋତ୍ତୋଳନରେ ମହାରାଷ୍ଟ୍ରରର ଅସ୍ମିତା ଧୋନେ, ଓଡ଼ିଶାର ହର୍ଷବର୍ଦ୍ଧନ ସାହୁ ଏବଂ ଉତ୍ତରପ୍ରଦେଶର ତୁଷାର ଚୌଧୁରୀଙ୍କ ଚମତ୍କାର ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଛି । ସେପଟେ ମହାରାଷ୍ଟ୍ରର ସାଇରାଜ ପ୍ରଦେଶୀ ୩ଟି ରେକର୍ଡ କରିପାରିଛନ୍ତି ।”

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *