ଇଭିଏମ ତଥା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ପରିବର୍ତ୍ତେ ନିର୍ବାଚନରେ ବାଲାଟ୍ ପେପର ବ୍ୟବହାର ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ।ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ପିବି ଭାରାଲେ ଗଠିତ ଖଣ୍ଡପୀଠରେ କହିଛନ୍ତି ଯେ ଯେତେବେଳେ କୌଣସି ଦଳ ବା ନେତା ହାରିଯାନ୍ତି, ଇଭିଏମ୍କୁ ଦୋଷ ଦିଅନ୍ତି, କିନ୍ତୁ ଯେତେବେଳେ ଜିତନ୍ତି ସେତେବେଳେ ଇଭିଏମ୍ ଠିକ୍ ଥାଏ । ଏମିତି କହିଛନ୍ତି ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ପିବି ଭାରାଲେ ।
ଇଭିଏମରେ ତ୍ରୁଟି ହେବାର ସମ୍ଭାବନା ଥିବା ଦର୍ଶାଇ ଗଣତନ୍ତ୍ରର ସୁରକ୍ଷା ପାଇଁ ବାଲଟ୍ ପେପର ପୁନଃପ୍ରଚଳନ ଜରୁରି ବୋଲି ଆବେଦନକାରୀ କେଏ ପାଲ ଯୁକ୍ତି ବାଢ଼ିଥିଲେ। ଇଭିଏମ୍ ହ୍ୟାକ୍ ହୋଇପାରେ ବୋଲି କୋଟିପତି ଏଲନ୍ ମସ୍କ ଏକଦା କରିଥିବା ଦାବିକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଏପରିକି ଚନ୍ଦ୍ରବାବୁ ନାଇଡୁ ଓ ଜଗନ ମୋହନ ରେଡ୍ଡୀଙ୍କ ଭଳି ରାଜନେତା ମଧ୍ୟ ଇଭିଏମ୍ରେ ତ୍ରୁଟି ହୋଇପାରେ ବୋଲି କହିଛନ୍ତି। ଏହା ଉତ୍ତରରେ ଖଣ୍ଡପୀଠ କହିଥିଲେ, ଯେତେବେଳେ ଚନ୍ଦ୍ରବାବୁ ନାଇଡୁ କିମ୍ବା ଶ୍ରୀ ରେଡ୍ଡୀ ହାରିଲେ, ସେତେବେଳେ କହିଲେ ଯେ ଇଭିଏମ୍ରେ ତ୍ରୁଟି ହୋଇଛି। ଯେତେବେଳେ ସେମାନେ ଜିତିଥାନ୍ତି, କିଛି କୁହନ୍ତି ନାହିଁ। ଆମେ ଏଥିରୁ କ’ଣ ବୁଝିବୁ? ତେଣୁ ଆମେ ଏହାକୁ ଖାରଜ କରୁଛୁ ବୋଲି ଜଷ୍ଟିସ ନାଥ କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now