ଜନାଦେଶ ଜନତା ଦେଇଛନ୍ତି ନା ଇଭିଏମ୍। ମହାରାଷ୍ଟ୍ରର ମହାୟୁତି ସରକାରଙ୍କ ଉଦ୍ଦେଶ୍ୟରେ ଏ କଥା ପଚାରି ବିଧାନସଭାରେ ଶପଥ ସମାରୋହକୁ ବଏକଟ୍ କଲେ ବିରୋଧୀ ବିଧାୟକ। ଶନିବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ଦୁଇ ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଅଜିତ ପାଓ୍ୱାରଙ୍କ ସମେତ ବିଧାୟକମାନେ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ବିଧାନସଭାରେ। କିନ୍ତୁ ବିରୋଧୀ ଦଳର ସଦସ୍ୟ ଶପଥ ନେବାକୁ ମନା କରିଦେଇଛନ୍ତି। ଶନିବାରରୁ ମହାରାଷ୍ଟ୍ର ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ବିରୋଧୀ ଦଳରେ ଥିବା କଂଗ୍ରେସ, ଶିବସେନା(ୟୁବିଟି), ଏନସିପି (ଶରଦ ପାଓ୍ୱାର) ଗୋଷ୍ଠୀର ବିଧାୟକ ଶପଥ ନେଲେନି। ମହାଅଗାଡ଼ି ମେଣ୍ଟର ବିଧାୟକ ବିଧାନସଭାର ସଦସ୍ୟ ଭାବେ ଶପଥ ନ ନେବାକୁ ନିଷ୍ପତ୍ତି ନେଇଥିଲେ। ଯେବେ କୌଣସି ସରକାର ବହୁମତ ସହ କ୍ଷମତାକୁ ଆସେ, ତେବେ ଖୁସି ମନାଯାଏ। କଥା ଉଠୁଛି, ମହାୟୁତି ମେଣ୍ଟ ସରକାରକୁ ଯେଉଁ ସଫଳତା ମିଳିଛି, ତାକୁ ଜନତା, ଇଭିଏମ ନା ନିର୍ବାଚନ ଆୟୋଗ ଦେଇଛନ୍ତି ବୋଲି ପଚାରିଛନ୍ତି ଶିବସେନା ନେତା ଆଦିତ୍ୟ ଠାକରେ। କାରଣ ଇଭିଏମ୍ ଜରିଆରେ ଗଣତନ୍ତ୍ରକୁ ହତ୍ୟା ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now