ଶନିବାର ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ। ଘୋଡ ପ୍ରସ୍ତୁତି ଶେଷ ଆଜି ଅଧିବାସ ନୀତି। ଶୀତ ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁଙ୍କ ଘୋଡ ଲାଗି ନାତି ହେବ। ଆସନ୍ତା ୭ ତାରିଖରେ ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ। ଏନେଇ ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ ପର୍ବ। ସେହି ତିଥିରୁ ଶୀତବସ୍ତ୍ର ପରିଧାନ କରିବେ ମହାପ୍ରଭୁ। ଶୁକ୍ରବାର ଠାକୁରଙ୍କୁ ଲାଗି ହେବାକୁ ଥିବା ଘୋଡ ଅଧିବାସ ନୀତି ସମ୍ପାଦନ ହେବାର କାର୍ଯ୍ୟକ୍ରମ ରହିଛି। ଏଣୁ ଶ୍ରୀମନ୍ଦିରରେ ଦର୍ଜି ସେବକଙ୍କ ଦ୍ୱାରା ଶୀତବସ୍ତ୍ର ପ୍ରସ୍ତୁତ ସରିଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ୪ଟି ଘୋଡ ସହ ଘୋଡ ଲାଗି ବେଶ ପାଇଁ ଖଟ, ପାଛୋଡି, ତୁଳିପଟା, ଥୋଡ ପାହାଡିଆ, ଫୁଲଛେଦା ଆଦି ତିଆରି କରାଯାଉଛି। ପତନୀ, ଗୀତଗୋବିନ୍ଦ ପାଟ ଓ ସୁତାପୁଟାରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି କରାଯାଉଛି। ପଞ୍ଚମୀ ରାତିରେ ଚନ୍ଦନ ଲାଗି ପରେ ୩ ଠାକୁରଙ୍କ ପାଇଁ ଘୋଡ ୨୧ଟି ସହିତ ବିମଳା, ସରସ୍ୱତୀ, ମହାଲକ୍ଷ୍ମୀ ତଥା ମଦନମୋହନଙ୍କ ଘୋଡ ଅଧିବାସ ହୋଇରହିବ। ଷଷ୍ଠୀରେ ଠାକୁରଙ୍କୁ ଘୋଡ ଲାଗି କରାଯାଏ।
Naxatra News is now on Whatsapp
Join and get latest news update delivered to you via whatsapp
Join Now