ପାକିସ୍ତାନ ସେନାର ଜୋରଦାର ଅପରେସନ। ବାଲୁଚ ଲିବରେଶନ ଆର୍ମି ଦ୍ୱାରା ଅପହରଣ ଜାଫର ଏକ୍ସପ୍ରେସ ଟ୍ରେନରୁ ଅପହୃତମାନଙ୍କୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ସେନା ନିରନ୍ତର ଅପରେଶନ ଚଳାଇଛି। ଏପର୍ଯ୍ୟନ୍ତ ୧୦୪ ଜଣ ବନ୍ଧକଙ୍କୁ ଉଦ୍ଧାର କରିଛି ପାକିସ୍ତାନୀ ସେନା। ସୁରକ୍ଷା ଅଧିକାରୀମାନେ କହିଛନ୍ତି ଯେ ପାକିସ୍ତାନ ସେନା ୩୧ ମହିଳା ଏବଂ ୧୫ ଶିଶୁଙ୍କ ସମେତ ଅତି କମରେ ୧୦୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛି। ଏହି ଅପରେଶନରେ ୧୬ ଜଣ BLA ସେନା ମଧ୍ୟ ନିହତ ହୋଇଛନ୍ତି। ରାତି ସାରା ବାଲୁଚ ଲିବରେଶନ ଆର୍ମି ସହ ଚାଲିଥିଲା ପାକିସ୍ତାନ ସେନାର ଗୁଳିବିନିମୟ। ତେବେ ଗୁଳି ବିନିମୟରେ କିଛି ଯାତ୍ରୀ ବି ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ଜାଫର ଏକ୍ସପ୍ରେସ ଟ୍ରେନ୍ ଅପହରଣ କରିଥିଲେ ଆତଙ୍କବାଦୀ । ଟ୍ରେନ୍ଟି କ୍ୱେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ କରିଥିଲେ ଆତଙ୍କବାଦୀ । ଟ୍ରେନରେ ୪୫୦ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ଥିବାନେଇ ଜଣାପଡିଥିଲା । ତେବେ ସମସ୍ତଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପାକ ସେନା । ୧୦୪ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ୨୦୦ରୁ ଅଧିକ ଲୋକ ବନ୍ଧକ ଅଛନ୍ତି । ତେବେ ବନ୍ଧକ ଥିବା ସେନା ଅଧିକାରୀଙ୍କ ମଧ୍ୟରୁ ୩୦ଜଣଙ୍କୁ ହତ୍ୟା କରିଛି ବିଚ୍ଛିନ୍ନତାବାଦୀ ସଙ୍ଗଠନ ବଲୁଚ ଲିବରେସନ ଆର୍ମି । ବନ୍ଧକଙ୍କୁ ଛାଡିବାକୁ ପାକକୁ ୪୮ ଘଣ୍ଟାର ଅଲଟିମେଟମ ଦେଇଛି। ନହେଲ ବନ୍ଧକଙ୍କୁ ମାରିଦେବାକୁ ଧମକ ଦେଇଛି ବଲୁଚ ଲିବରେସନ ଆର୍ମି । ପାକିସ୍ତାନ ଜେଲରେ ବନ୍ଦୀ ଥିବା ବେଲୁଚ ନାଗରିକଙ୍କୁ ନ ଛାଡିଲେ ଏଭଳି ଦଶା ଭୋଗିବାକୁ ପଡିବ ବୋଲି କହିଛନ୍ତି ବିଏଲଏ । ବିଏଲଏ କହିଛି ଯେ ଏହି ଅପରେସନକୁ ମଜିଦ ବ୍ରିଗେଡ୍, ଏସଟିଓଏସ୍ ଓ ବିଏଲର ସ୍ପେଶାଲ ୟୁନିଟ୍ ଫତେହ ସ୍କ୍ୱାଡ୍ ମିଳିତ ଭାବେ କରିଥିଲେ ।
ସୂଚନା ଅନୁସାରେ, ଟ୍ରେନ ଅପହରଣ କରିଥିବା ବିଦ୍ରୋହୀମାନେ ଆଫଗାନିସ୍ତାନରେ ବସିଥିବା ମାଷ୍ଟରମାଇଣ୍ଡଙ୍କ ସହ ଯୋଗାଯୋଗରେ ଅଛନ୍ତି। ସେମାନେ ମହିଳା ଏବଂ ପିଲାମାନଙ୍କୁ ଢାଲ ଭାବରେ ବ୍ୟବହାର କରିଛନ୍ତି। ପାକିସ୍ତାନୀ ସୁରକ୍ଷା ବାହିନୀ ବିଦ୍ରୋହୀ ମାନଙ୍କୁ ଚାରିପାଖରୁ ଘେରି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳିଚାଳନା ମଧ୍ୟ ଜାରି ରହିଛି। ହେଲେ ସେପଟେ ଅପହୃତ ଟ୍ରେନରୁ ସୁରକ୍ଷିତ ଭାବରେ ବାହାରକୁ ଆସିଥିବା ଯାତ୍ରୀମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ବନ୍ଧୁକଧାରୀ ବିଦ୍ରୋହୀମାନେ ନିଜେ ଛାଡ଼ି ଦେଇଛନ୍ତି। ସେନାର ଏଥିରେ କୌଣସି ହାତ ନାହିଁ। ପ୍ରାୟ ୧୦୪ଜଣଙ୍କୁ ମୁକ୍ତ କରାଯାଇଛି। ବିଏଲଏ ସାଧାରଣ ଜନତାଙ୍କ ପରିବର୍ତ୍ତେ ଟ୍ରେନରେ ଯାତ୍ରା କରୁଥିବା ସେନା କର୍ମୀ ଓ ପୁଲିସକୁ ବନ୍ଧକ ରଖିବାକୁ ଚାହୁଁଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ୩୦ଜଣ ପାକିସ୍ତାନୀ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି। ବାଲୁଚ ବିଦ୍ରୋହୀମାନେ ୨୧୪ ଜଣ ଯାତ୍ରୀଙ୍କୁ ବନ୍ଧକ ରଖିଥିବା ଦାବି କରିଛନ୍ତି। ଏହି ସମୟରେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ପରାମର୍ଶଦାତା ରାଣା ସନାଉଲ୍ଲାହ ଭାରତ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ପରାମର୍ଶଦାତା ଦାବି କରିଛନ୍ତି ଯେ ଏହି ଆକ୍ରମଣ ପଛରେ ଭାରତ ଅଛି। ଭାରତ ଆଫଗାନିସ୍ତାନ ଭିତରୁ ଏହି ଆକ୍ରମଣଗୁଡ଼ିକୁ ପରିଚାଳନା କରୁଛି।
ଦୀର୍ଘ ଦିନ ଧରି ସ୍ବତନ୍ତ୍ର ରାଷ୍ଟ୍ର ଦାବି କରି ଆସୁଛି ବଲୋଚ୍ ଆର୍ମି । ଏହାକୁ ନେଇ ବିଭିନ୍ନ ସମୟରେ ଆକ୍ରମଣ କରୁଛି । ଏବେ ସମ୍ପୂର୍ଣ୍ଣ ଟ୍ରେନ୍ ଅପହରଣ କରି ନେଇଛି ବଲୋଚ୍ ଆର୍ମି, ବିଏଲଏ । ପାକିସ୍ତାନର ବଲୁଚିସ୍ତାନରେ ଏବେ ବି ବଳୁଚିସ୍ତାନ ଲେବରେଶନ ଆର୍ମି(BLA) କବ୍ଜାରେ ଅଛି ଜାଫର ଏକ୍ସପ୍ରେସ । ପାକିସ୍ତାନ ସେନା ବନ୍ଧକଙ୍କୁ ମୁକୁଳାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଏବଂ ଅପରେସନ ଜାରି ରଖିଛି । ବିଏଲଏ କହିଛି ଯେ, ପାକିସ୍ତାନୀ ସେନା ଯଦି ଦାବିକୁ ଅଣଦେଖା କରେ ବା ଗମ୍ଭୀର ଭାବେ ନିଏନାହିଁ, ତେବେ ଏହାର ପରିଣାମ ଭୋଗିବାକୁ ପଡିବ । ଯଦି ସେମାନେ ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖେ ତେବେ ବନ୍ଧକଙ୍କ ଜୀବନ ବାଜିରେ ଲାଗିବ । ତେବେ ୟେ ସେହି ପାକିସ୍ତାନ, ଯିଏ ଦଶନ୍ଧି ଧରି ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିଥିଲା। ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆଶ୍ରୟ ଦେଇଥିଲା ଏବଂ ଜିହାଦର ବିଷ ପ୍ରସାର କରିଥିଲା, କିନ୍ତୁ ଏବେ କୌଣସି ପ୍ରମାଣ ବିନା ଭାରତକୁ ଦୋଷ ଦେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now