ଏ ରାମ କିଏ- ଯାହାକୁ ଜୋତା ପିନ୍ଧାଇଦେଲେ ମୋଦି

୧୪ ବର୍ଷ ପରେ ପାଦରେ ଜୋତା ପିନ୍ଧିଲେ ରାମ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ହିଁ ଜୋତା ପିନ୍ଧିବେ ବୋଲି ୧୪ ବର୍ଷ ତଳେ ପ୍ରତିଜ୍ଞା କରିଥିଲେ ରାମପାଲ କଶ୍ୟପ। ଖାଲି ପାଦରେ ରହୁଥିଲେ ସେବେଠୁ। କିନ୍ତୁ ହରିଆଣାର ଯମୁନାନଗରରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି କୈଥଲର ରାମଙ୍କୁ ଭେଟିଥିଲେ। ତାଙ୍କ ପ୍ରତି ଏତେମାତ୍ରାରେ ଭଲପାଇବା ଓ ଗଭୀର ସ୍ନେହ ଲାଗି ରାମପାଲଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଭଳି ପ୍ରତିଜ୍ଞା ନେବା ବଦଳରେ କିଛି ସାମାଜିକ ଓ ଦେଶ ପାଇଁ କାମ କରିବାକୁ ପ୍ରତିଜ୍ଞା ନେବାକୁ ପରାମର୍ଶ ଦେଇଛନ୍ତି ମୋଦି। ଏହା ସହ ନୂଆ ଜୋତା ହଳ ଆଣି ନିଜେ ପିନ୍ଧାଇଦେଇଥିଲେ। ରାମଙ୍କ ପ୍ରତିଜ୍ଞା ଏତେ ଶକ୍ତ ଥିଲା ଯେ, ନିଜ ପୁଅ ବାହାଘରରେ ବି ଚପଲ କି ଜୋତା ପିନ୍ଧିନଥିଲେ। ବର୍ଷତମାମ ବିନା ଚପଲ ଓ ଜୋତାରେ ରହୁଥିଲେ। ପଞ୍ଚମ ପାସ୍ କରି ମଜଦୁରୀ କରୁଥିବା ରାମପାଲଙ୍କ ବୟସ ୫୫। ପରିବାରରେ ପତ୍ନୀ ଓ ୩ ପିଲା ଅଛନ୍ତି। ୪୦ ବର୍ଷ ଧରି ମଜଦୁରୀ କରିଆସୁଛନ୍ତି ରାମପାଲ। ବିଜେପି ଯେହେତୁ ଶ୍ରମିକ ମେହନତୀ ମଣିଷର ସ୍ୱର ଉଠାଉଛି। ସେଥିଲାଗି ବିଜେପି ସହ ସେ ଯୋଡ଼ି ହୋଇଛନ୍ତି। ମୋଦି ନିଜ ହାତରେ ଜୋତା ପିନ୍ଧାଇଦେବା ପରେ ରାମଙ୍କ ଖୁସି କହିଲେ ନସରେ। ଏ ଜୋତାକୁ ସେ ଚିରଦିନ ଲାଗି ସମ୍ଭାଳିକି ରଖିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *