ବେପରୁଆ ପର୍ଯ୍ୟଟକକୁ ଗିରଫ କଲା ଗୋଆ ପୋଲିସ

Spread the love

ଗୋଆର ଅଞ୍ଜୁନା ବେଳାଭୂମିରେ ବେପରୁଆ ଭାବରେ ଗାଡି ଚଳାଇବା ଘଟଣା। ଏନେଇ ଏସୟୁବି ଚଳାଉଥିବା ଦିଲ୍ଲୀର ଜଣେ ପର୍ଯ୍ୟଟକଙ୍କୁ ପୋଲିସ ଗିରଫ କରିଛି। ସମୁଦ୍ର ବେଳାଭୂମିରେ ଲୋକମାନେ ବୁଲିବା ପାଇଁ ଭଲପାଇଥାନ୍ତି। ଖାସ୍ କରି ଗୋଆର ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥାଏ। ଏଠାକୁ ଅଧିକାଂଶ ଲୋକ ଦେଶ ଏବଂ ଦେଶ ବାହାରୁ ବୁଲିବା ପାଇଁ ଆସିଥାନ୍ତି। କିନ୍ତୁ ଏହି ବେଳାଭୂମିରେ ବେପରୁଆ ଭାବରେ ଗାଡି ଚଳାଯାଉଛି। କେହି କେହି ତ ଏଠି ଜନଗହଳି ସ୍ଥାନରେ ଗାଡି ଯୋଗେ ଷ୍ଟଣ୍ଟ ମଧ୍ୟ କରିଥାନ୍ତି। ଏବେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ବେଳାଭୂମି ଏକ ଜନଗହଳି ହୋଇଥିବାରୁ ସେଠାରେ ବେପରୁଆ ଭାବରେ ଗାଡି ଚଳାଯାଉଛି।

ଗୋଆର ଅଞ୍ଜୁନା ବେଳାଭୂମିରେ ବେପରୁଆ ଭାବରେ ଏସୟୁଭି କ୍ରେଟା ଗାଡି ଚଳାଇବା ଅଭିଯୋଗରେ ଦିଲ୍ଲୀର ଜଣେ ପର୍ଯ୍ୟଟକଙ୍କୁ ପୋଲିସ ଗିରଫ କରିବା ସହ ଗାଡିଟିକୁ ଜବତ କରାଯାଇଛି।ଘଟଣା ସ୍ଥଳରେ ବେପରୁଆ ଭାବରେ ହୁଣ୍ଡାଇ କ୍ରେଟା ଏସୟୁଭି ଚଳାଉଥିବା ଯୁବକ ଜଣଙ୍କ ହେଲେ ଲଲିତ କୁମାର ଦୟାଲ। ସେ ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ରୁହନ୍ତି ବୋଲି ସୂଚନା ମିଳିଛି। ଡେପୁଟି ପୋଲିସ ଅଧୀକ୍ଷକ ଜୀବୱା ଦଲବୀ ଏକ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ, ଅଞ୍ଜୁନା ସମୁଦ୍ର କୂଳରେ ବୁଲିବାକୁ ଆସିଥିବା ଲଲୀତ ବେପରୁଆ ଭାବରେ ଗାଡି ଚଳାଉଥିଲେ।ଏହି ଭିଡିଓ ସାମ୍ନାକୁ ଆସିବା ପରେ ଗାଡିଟିକୁ ଜବତ କରାଯାଇଥିଲା। ଏହା ପରେ ମପୁସା ପୋଲିସ ଷ୍ଟେସନରେ ଗାଡି ମାଲିକଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା।

ହୁଣ୍ଡାଇର ଏହି କ୍ରେଟା ଗାଡିଟି ଗୋଆର ଜଣେ ମହିଳାଙ୍କ ନାମରେ ପଞ୍ଜିକୃତ ଅଛି। ଏହି ଭାଇରାଲ ହୋଇଥିବା ଭିଡିଓରେ ଆପଣ ଦେଖି ପାରୁଥିବେ କି, ଏହି ଏସୟୁଭି କ୍ରେଟା ଗାଡିଟି କେମିତି ଏଣେ ତେଣେ ମନ ଇଛା ଗାଡିଟିକୁ କ୍ଷୀପ୍ର ଗତିରେ ଚଳାଯାଉଛି। ଗାଡିଟିକୁ ଷ୍ଟଣ୍ଟ କରୁଥିବାର ଆପଣ ଦେଖିପାରୁଥିବେ। ଯୁବକଙ୍କ ଏପରି ଗାଡି ଚଳାଇବାରେ ଭୟଭୀତ ହୋଇ ନିକଟରେ ଥିବା ଏକ ନିରୀହ କୁକୁରଟି ପ୍ରାଣ ବିକଳରେ ମଧ୍ୟ ଏଣେ ତେଣେ ଧାଇଁ ବୁଲୁଛି। ଏହାପରେ ଗାଡିଟି ସମୁଦ୍ର ଭିତରେ ବାଲିରେ ଫସିଯାଉଛି। ଘଟଣା ସ୍ଥଳରେ କିଛି ଲୋକ ଏହି ଗାଡିଟିକୁ ପାଣି ଭିତରୁ ବାହାର କରୁଥିବାର ମଧ୍ୟ ନଜର ଆସୁଛନ୍ତି।

ପର୍ଯ୍ୟଟକ ମାନେ ଖୁସି ମନାନ୍ତୁ । ସୀମା ସରହଦ ଭିତରେ ରହି ଖୁସି ମନାନ୍ତୁ ଏଥିପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଆପଣ ଙ୍କ ଖୁସି ନିଜ ପାଇଁ ଅନ୍ୟ ପାଇଁ କ୍ଷତି ନହେଉ । ଏଭଳି ପର୍ଯ୍ୟଟକ ମାନଙ୍କ ପାଇଁ ପ୍ରଶାସନ ଓ ପୋଲିସ କଡା ନିୟମ କରିବା ସହତି ଏଭଳି ବ୍ୟକ୍ତି ଙ୍କୁ ଦୃଷ୍ଟାନ୍ତମୁଲଖ ଦଣ୍ଡ ଦିଆଯାଉ । ଅନ୍ୟ ମାନେ ଏଭଳି କାର୍ଯ୍ୟରୁ ଦୁରେଇ ରହିବେ । ପୋଲିସ ଓ ପ୍ରଶାସନ ଦଣ୍ଡର ଭୟ ରହିବ । 

  • ଶୁଭଲକ୍ଷ୍ମୀ ସାହୁ ଓ ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *