ଛତିଶଗଡ଼ ରେରାର ନୂଆ କୌଶଳ। ବ୍ୟାଙ୍କ୍ ସହ ବୁଝାମଣା କରିଛି ରେରା। ଅନେକ ପ୍ରମୋଟର ଗୋଟିଏ ପ୍ରକଳ୍ପ ପାଇଁ ଅଲଗା ଅଲଗା ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି। ଯାହାକୁ ନେଇ ଅବ୍ଯବସ୍ଥା ବଢ଼ୁଛି। ରିଅଲ ଇଷ୍ଟେଟ୍ କ୍ଷେତ୍ରରେ ଟଙ୍କାର ଦୁରୁପଯୋଗକୁ ରୋକିବାକୁ ଏଣିକି ବ୍ୟାଙ୍କ୍ ସହ ମିଶି ରେରା କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି। ବିଶେଷ କରି ଯେଉଁ ଉଦେଶ୍ୟରେ ଟଙ୍କା ଜମା ହେବ। ସେ ଅର୍ଥ କେବଳ ସେଇ ପ୍ରକଳ୍ପରେ ବ୍ଯବହାର ହେବ। ଯେମିତି ପ୍ରମୋଟର ଏହି ଅର୍ଥକୁ ଡାଇଭର୍ଟ କରିବେନି, ତା ପ୍ରତି ନଜର ରଖିବ ରେରା। ରେରାକୁ ମୁଖ୍ୟତଃ ଦୁଇଟି ଅଭିଯୋଗ ଅଧିକ ଆସୁଛି। ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ୱରୁ ଅନେକ କ୍ରେତାଙ୍କୁ ଠିକ୍ ସମୟରେ ଘର ଦେଇପାରୁନାହାନ୍ତି ବିଲଡର। ଏହା ସହ ନିର୍ମାଣର ଗୁଣାବତ୍ତାକୁ ନେଇ ବି ଅଙ୍ଗୁଳି ଉଠୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now