ସରବତ୍ ଜିହାଦ- ବିବାଦରେ ବାବା ରାମଦେବ

ପତଞ୍ଜଳି ଜୁସ୍‌ ଓ ସରବତର ପ୍ରଚାର ବେଳେ ପୁଣି ବିବାଦୀୟ ବୟାନ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ଏକ ନିର୍ଦିଷ୍ଟ କମ୍ପାନୀର ସରବତ ପିଇଲେ, ସେ ଆୟରୁ ମସଜିଦ୍ ଓ ମଦ୍ରାସା ହେବ ବୋଲି ଆରୋପ ଲଦିଛନ୍ତି ରାମଦେବ। ନିଜର ତାଜା ଭିଡ଼ିଓରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ୧୦ ମିନିଟର ଭିଡ଼ିଓରେ ମସଜିଦ ଓ ମଦ୍ରାସାକୁ ନେଇ ଦେଇଥିବା ଟିପ୍ପଣୀ ବିବାଦୀୟ ହୋଇପଡିଲାଣି। ରାମଦେବ କହିଛନ୍ତି, ଏକ କମ୍ପାନୀ ଅଛି। ଯିଏ ସରବତ ବିକୁଛି। କିନ୍ତୁ ସେ କମ୍ପାନୀର ସରବତ ପିଇଲେ ସେଥିରୁ କମ୍ପାନୀ କରୁଥିବା ଆୟରେ ମସଜିଦ୍ ଓ ମଦ୍ରାସା କରିବ। ଏହା ତାଙ୍କ ଧର୍ମ ଅଟେ। କିନ୍ତୁ ପତଞ୍ଜଳି ସରବତ ପିଇଲେ ଗୁରୁକୁଳ, ଆଚାର୍ଯ୍ୟକୁଳ, ପତଞ୍ଜଳି ବିଶ୍ୱବିଦ୍ୟାଳୟ ଓ ଭାରତୀୟ ଶିକ୍ଷା ବୋର୍ଡକୁ ସହଯୋଗ ମିଳିବ। ଏତିକିରେ ସରିନି ରାମଦେବଙ୍କ ବିବାଦୀୟ ବୟାନ। ଥଣ୍ଡାପାନୀୟକୁ ଟଏଲଟ କ୍ଲିନର କହି ପତଞ୍ଜଳି ଉତ୍ପାଦକୁ ସ୍ୱଦେଶୀ, ସନାତନ ଓ ସାତ୍ତ୍ୱିକ ବିକଳ୍ପ ଭାବେ ଦର୍ଶାଇଛନ୍ତି। ଏମିତିରେ ପତଞ୍ଜଳି ଓ ଯୋଗଗୁରୁ ରାମଦେବ ବାବା ଅନେକ ବିବାଦରେ ଫସିସାରିଛନ୍ତି। ଅଦାଲତରୁ ବି ନିଜର ଭ୍ରାମକ ବିଜ୍ଞାପନ ଓ ବିବାଦୀୟ ଦାବି ଲାଗି ଭତ୍ସିତ ବି ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *