ଫେରିଆସିବେ ସୁନିତା !

ସୁନୀତାଙ୍କୁ ଫେରାଇ ଆଣିବାକୁ ମହାକାଶ ସେଣ୍ଟରରେ ପହଞ୍ଚିଲା କ୍ରିଉ-୯ ମିଶନ । ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ସେଣ୍ଟରରୁ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହୋଇଛି ।ମିଶନ ‘କ୍ରିଉ-୯’ ଆଜି ପହଞ୍ଚିଛି ସ୍ପେସ ଷ୍ଟେସନରେ ।

ତେବେ ଏହାର ଭିଡିଓ ଜାରି କରିଛି ନାସା । ସୁନିତା ଓ ବୁଚ୍‌ ଓ୍ବିଲ୍‌ମୋରଙ୍କ ସହ କ୍ରିଉ ନାଇନର ସଦସ୍ୟ ଭେଟିବା ସମୟରେ ଭାବବ୍ବହଳ ହୋଇପଡିଥିଲା ସମସ୍ତେ । ପରସ୍ପର ଆଲିଙ୍ଗନ କରିବା ସହ କ୍ରିଉ ୯ ସଦସ୍ୟଙ୍କୁ ସ୍ବାଗତ କରିଥିଲେ ସୁନିତା । ନାସାର ଏହି ମିଶନରେ ସୁନୀତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ପାଇଁ ୨ଟି ସିଟ୍‌ ଖାଲି ରଖାଯାଇଛି ।

ମିଶନରେ ପ୍ରାୟ ୫ ମାସ ପର୍ଯ୍ୟନ୍ତ ସ୍ପେସ ଷ୍ଟେସନ ଯାଇଥିବା ଦୁଇ ମହାକାଶଚାରୀ ହେଗ୍‌ ଓ ଗୋର୍ବୁନୋଭ ଆଇଏସ୍‌ଏସ୍‌ରେ ରହିବେ। ଏହି ଅବଧି ମଧ୍ୟରେ ଉଭୟେ ଆଇଏସ୍‌ଏସ୍‌ରେ ୨୦୦ରୁ ଅଧିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପରୀକ୍ଷଣ କରିବେ। ସେହିପରି ମହାକାଶରେ ପ୍ରାୟ ୪ ମାସ ଧରି ଫସି ରହିଥିବା ସୁନୀତା ଏବଂ ବୁଚ୍‌ ମଧ୍ୟ କ୍ରିଉ-୯ ମିଶନରେ ସାମିଲ ହେବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *