ଅଗଷ୍ଟ ୧୯ ତାରିଖ ପୂର୍ଣ୍ଣଚନ୍ଦ୍ର ଟି ୨୦୨୪ ମସିହାର ପ୍ରଥମ ସୁପରମୁନ ଭାବରେ ଦେଖାଯିବ । ସୁପରମୁନ ଶବ୍ଦଟି ପ୍ରଥମେ ଆମେରିକା ର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଧୀରେ ଧୀରେ ସୁପରମୁନ ଶବ୍ଦଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହୋଇଛି । ଆମେ ଜାଣିଛେ ଜେ ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୮ ଦିନରେ ଥରେ ଏକ ଅଣ୍ଡା କୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟତର ଥିବାବେଳେ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହୁଥିବା ବେଳେ ସବୁଠାରୁ ଦୂରରେ ୪.୦୬ ଲକ୍ଷ କିଲୋମିଟର ଦୂରରେ ଥାଏ . ।
ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦ ପ୍ରତିଶତ ବା ତା ଠାରୁ କମ ଦୂରତାରେ ଥିବା ସମୟରେ ଏକ ପୂର୍ଣ୍ଣିମା ପଡିଥାଏ , ତେବେ ତାହାକୁ ଆମେ ସୁପରମୁନ କହିଥାଉ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now