ଭାରତରେ ପହଞ୍ଚିଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା । କଡ଼ା ସୁରକ୍ଷା ବଳୟରେ ଭାରତରୁ ଆମେରିକାକୁ ଅଣାଯାଇଛି । ରାଣାଙ୍କୁ ଆଣିଥିବା ସ୍ୱତନ୍ତ୍ର ବିମାନଟି ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିଛି । ଏହି ହାଇପ୍ରୋଫାଇଲ୍ ଆତଙ୍କବାଦୀଙ୍କୁ ଦୃଷ୍ଟିରେ ରଖି, ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଆହୁରି ବଢାଇଦିଆଯାଇଛି । ବିମାନବନ୍ଦରରେ SWAT କମାଣ୍ଡୋଙ୍କ ଏକ ଫୋର୍ସ ନିୟୋଜିତ ହୋଇଛି।
ଭାରତ ପ୍ରତ୍ୟାର୍ପଣ ଉପରେ ରୋକ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର। ହେଲେ ଆମେରିକା ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ପ୍ରତ୍ୟାର୍ପଣର ବାଟ ଫିଟିଥିଲା । ଆଉ ତାକୁ ସ୍ୱତନ୍ତ୍ର ବିମାନ ଜରିଆରେ ଭାରତ ଆଣିବାର ବ୍ୟବସ୍ଥା କରାଯାଇଥିଲା । ଭାରତ ପହଞ୍ଚିବା ପରେ ଜରୁରୀ ଆଇନଗତ ପ୍ରକ୍ରିୟା ପୂରା ହେବା ପରେ ଏନଆଇଏର ହେପାଜତରେ ଆତଙ୍କୀ ତହବୁର ରାଣାକୁ ରଖାଯିବ ।
ଏନଆଇଏ ଅଧିକାରୀ ଏହି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ତିହାର ଜେଲର ଉଚ୍ଚସୁରକ୍ଷା ସଂପନ୍ନ ସେଲରେ ରଖିବା ଉପରେ ମଧ୍ୟ ବିଚାର କରୁଥିବା ଖବର ମିଳିଛି । ଏନଆଇଏ ଅଧିକାରୀ ତହବୁର ରାଣାକୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକାକୁ ନେଇ ପଚରାଉଚରା କରିବ । ଜେରା ବେଳେ ମୁମ୍ୱାଇ ଆକ୍ରମଣକୁ ନେଇ ତହବୁର ରାଣା ମୁହଁରୁ ନୂଆ ତଥ୍ୟ ମିଳିବା ଆଶା କରାଯାଉଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now