ବାଂଲାଦେଶରେ ଜଣେ ଟିଭି ସାମ୍ୱିଦିକାଙ୍କ ମୃତଦେହ ହ୍ରଦରୁ ଉଦ୍ଧାର କରିଛି ପୁଲିସ। ବାଂଲାଦେଶ ରାଜଧାନୀ ଢାକାର ହାତିରଝିଲ୍ ହ୍ରଦରୁ ଉଦ୍ଧାର ହୋଇଛି ଶବ। ମୃତ ସାମ୍ୱାଦିକାଙ୍କ ନାଁ ସରାହ ରେହେନୁମା। ବୟସ ୩୨। ଗାଜି ଟିଭିର ନ୍ୟୁଜରୁମ୍ ଏଡିଟର ଭାବେ କାର୍ଯ୍ୟରତ ଥିଲେ ସରାହ। ସାମ୍ୱାଦିକାଙ୍କୁ ହତ୍ୟା କରି ପିଙ୍ଗିଦେଇଛନ୍ତି ଦୁର୍ବୃତ୍ତ। ଏହାକୁ ଗଣତନ୍ତ୍ର ଓ ବାକ୍ ସ୍ୱାଧୀନତା ଉପରେ ଶକ୍ତପ୍ରହାର ବୋଲି କହିଛନ୍ତି ଶେଖ୍ ହାସିନାଙ୍କ ପୁଅ। ଗାଜି ଟିଭି ଏକ ଧର୍ମନିରପେକ୍ଷ ଚ୍ୟାନେଲ୍। ଯାହାର ମାଲିକ ଗୋଲାମ ଦସ୍ତଗିରି ଗାଜି ଅଳ୍ପ ଦିନ ତଳେ ଗିରଫ ହୋଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now