ମହାକୁମ୍ଭରେ ବୁଡ ପକାଇଲେ ଗୃହମନ୍ତ୍ରୀ ଅମିତ ଶାହା

ପ୍ରାୟଗରାଜ ମହାକୁମ୍ଭରେ ବୁଡ଼ ପକାଇଲେ ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀଙ୍କ ସାଙ୍ଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ମହାକୁମ୍ଭ ସନାତନ ସଂସ୍କୃତିର ନିରବଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ । ଏହା ପୂର୍ବରୁ ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ Xରେ ପୋଷ୍ଟ କରି କହିଥିଲେ କି, କୁମ୍ଭ ସମନ୍ୱୟ ଉପରେ ଆଧାରିତ ଆମର ଅନନ୍ତ ଜୀବନ ଦର୍ଶନକୁ ପ୍ରତିଫଳିତ କରେ । ସୋମବାର ଧାର୍ମିକ ନଗରୀ ପ୍ରୟାଗରାଜରେ ଏକତା ଏବଂ ଅଖଣ୍ଡତାର ଏହି ମହାନ ପର୍ବରେ, ମୁଁ ବୁଡ଼ ପକାଇ ସନ୍ଥମାନଙ୍କ ଆଶୀର୍ବାଦ ପାଇବାକୁ ଆଗ୍ରହୀ । ୨୭ ଜାନୁୟାରୀରେ ପ୍ରୟାଗରାଜ ମହାକୁମ୍ଭରେ ସାମିଲ ହୋଇଥିଲେ ଅମିତ ଶାହ । କୁମ୍ଭରେ ବୁଡ଼ ପକାଇବାକୁ ସେ ସ-ପରିବାର ସହ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ କ୍ୟାବିନେଟ୍ ତାଙ୍କୁ ଫୁଲତୋଡ଼ା ଦେଇ ଭବ୍ୟ ସ୍ୱାଗତ କରିଥିଲେ। ପରେ ଗୃହମନ୍ତ୍ରୀ ପ୍ରୟାଗରାଜର ସଙ୍ଗମସ୍ଥଳକୁ ଯାଇଥିଲେ । ସେଠାରେ ପବିତ୍ର ବୁଡ଼ ପକାଇଛନ୍ତି ।… 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *